19.1 C
Bhubaneswar
Monday, November 18, 2024
Homeଓଡିଶାନୂଆଁଖାଇରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

ନୂଆଁଖାଇରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

ଭୁବନେଶ୍ୱର: ଓଡ଼ିଶାର ଚାଷୀମାନଙ୍କୁ ପରବର୍ତ୍ତୀ କିସ୍ତି କାଳିଆ ଟଙ୍କା ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ମଙ୍ଗଳବାର ପ୍ରତ୍ୟେକ ଚାଷୀଙ୍କୁ ୨ ହଜାର ଟଙ୍କା କରି ମିଳିବ । ରାଜ୍ୟର ୪୧ ଲକ୍ଷ ଚାଷୀ କାଳିଆ ଟଙ୍କା ପାଇବେ । ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ ଏହି ଭେଟି ଦେଇଛନ୍ତି । କୃଷକଙ୍କ ଜୀବିକା ଓ ଆୟ ବୃଦ୍ଧି ପାଇଁ ସହାୟତା ଯୋଜନା ବା ‘କାଳିଆ’ ମାଧ୍ୟମରେ ଚାଷୀମାନଙ୍କର ହିତ ସାଧନ ପାଇଁ ରାଜ୍ୟ ସରକାର ଏକ ସାମୂହିକ ଏବଂ ପରିବର୍ତ୍ତନଶୀଳ ସହାୟକ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି । ଏହାଦ୍ୱାରା କୃଷିଭିତ୍ତିକ ସମୃଦ୍ଧିର ଧାରା ତ୍ୱରାନ୍ୱିତ ହୋଇପାରିଛି । କୃଷିର ଉତ୍ପାଦକତା ଓ କୃଷକଙ୍କର ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଆୟ ବୃଦ୍ଧିରେ ସହାୟକ ହୋଇଛି ।

ପୂର୍ବରୁ କାଳିଆ ନିଃଶୁଳ୍କ ହେଲ୍ପଲାଇନ୍ ୧୮୦୦-୫୭୨-୧୧୨୨ ଜାରି ହୋଇଥିଲା । ଇଚ୍ଛୁକ ବ୍ୟକ୍ତି କାଳିଆ ଯୋଜନା ବିଷୟରେ ସୂଚନା ପାଇବା ସହ ଅଭିଯୋଗ ପଞ୍ଜିକରଣ କରିଥିଲେ । ସେହିପରି କାଳିଆ ୱେବସାଇଟ୍‌ରେ କାଳିଆ ଯୋଜନା ସମ୍ବନ୍ଧରେ ସୂଚନା ଦେବାର ବ୍ୟବସ୍ଥା ହେଉଛି । ଏହି ୱେବ୍‌ସାଇଟ୍‌ରେ ଇଛୁକ ବ୍ୟକ୍ତି ତାଙ୍କ ମୋବାଇଲ୍ ଫୋନ୍ ନମ୍ବରଟି ପଞ୍ଜିକରଣ କରିଛନ୍ତି । ଏହାଦ୍ୱାରା ପରବର୍ତ୍ତୀ ସମୟରେ କାଳିଆ ସମ୍ବନ୍ଧରେ ସମସ୍ତ ସୂଚନା ମିଳିପାରୁଛି । ଏଥିସହ କୌଣସି ବ୍ୟକ୍ତି କାଳିଆ ଯୋଜନା ସମ୍ବନ୍ଧରେ ଜାଣିବାକୁ ଚାହିଁଲେ ଟେଲିଫୋନ୍ ନଂ- ୦୮୦୬୧୧୭୪ ୨୨୨ ମାଧ୍ୟମରେ ମିସ୍‌କଲ ଦେଇ କାଳିଆ ବାର୍ତ୍ତାରେ ନାମ ପଞ୍ଜୀକରଣ କରିପାରିବେ । ଏହାପରେ ଆପେ ଆପେ ସରକାରଙ୍କ ପାଖରେ ତାଙ୍କ ନାମ ପଞ୍ଜିକୃତ ହୋଇଯିବ । କାଳିଆ ଯୋଜନା ସଂପର୍କରେ ସୂଚନା ସମୟକ୍ରମେ ତାଙ୍କର ମୋବାଇଲ ଫୋନ୍‌କୁ ପ୍ରେରଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking