*ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧି ଓ ଏମଏସପିକୁ ଆଇନଗତ ଗ୍ୟାରେଂଟି ମିଳିଲାନାହିଁ*
*ଅରୁଆ ଉଷୁନା କଳି, ଚାଷି ପଡ଼ୁଛି ବଳି*
*ପଂଚାୟତ ନିର୍ବାଚନରେ ଉଭୟ ସରକାରଙ୍କୁ ଠିକଣା ଜବବା ଦେବେ ଚାଷୀ – କିଷାନ କଂଗ୍ରେସ*
ଭୁବନେଶ୍ୱର – ବର୍ତମାନ ସାରା ରାଜ୍ୟରେ ହଜାର ହଜାର ବସ୍ତା ଧାନ ମଣ୍ଡିରେ ପଡ଼ିଛି । ଅଦିନିଆ ବର୍ଷାଦ୍ୱାରା ଧାନ ଭିଜୁଛି, ଷଡ଼ୁଛି । ଧାନର ମାନ ପରିବର୍ତାନ ହେଲାଣି । ମିଲର ଏହାର ସୁଯୋଜ ଉଣ୍ଡି ବିଭିନ୍ନ ଆଳ ଦେଖାଇ ପ୍ରତି କ୍ୟୁଂଟାଲରେ ୫ରୁ ୧୦ କେଜି ଧାନ କାଟୁଛି । ଚାଷି ଧାନ ଦେବାରେ ୨୪ ଘଂଟା ପରେ ତାର ପ୍ରାପ୍ୟ ପାଇବା କଥା କିନ୍ତୁ ବହୁ ସ୍ଥାନରେ ୮ରୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ଚାଷୀର ଆକାଉଂଟକୁ ଟଙ୍କା ଆସୁ ନାହିଁ । ଜାଣିଣୁଣି ମଣ୍ଡିକୁ ଟାର୍ଗେଟ କମାଇ ଦିଆଯାଉଛି । ସରକାର ଧାନ କିଣିବା ପରିବେର୍ତ ମିଲର ତାର ମନମାନିରେ ଧାନ କିଣୁଛି । ବ୍ୟବସ୍ଥିତ ଢ଼ଙ୍ଗରେ ମଣ୍ଡି ଚାଲୁନାହିଁ । ଅନେକ ଜିଲ୍ଲାରେ ମଣ୍ଡି ଭିର୍ତିଭୂମି ନାହିଁ, କିମ୍ବା ଗୋଦାମ ଘର ନାହିଁ । ସରକାର ଚାଷୀଙ୍କ ସ୍ୱାର୍ଥ ପରିବର୍ତେ ମିଲର ମାନଙ୍କ ସ୍ୱାର୍ଥକୁ ବେଶି ଗୁରୁତ୍ୱଦେଉଛନ୍ତି । ଏବେ ଧାନକିଣା ଏକ ପ୍ରହସନରେ ପାଲିଟିଛି କେବଳ କାଗଜ କଲମରେ ଚାଲିଛି ଧାନକିଣା । ସରକାରର ଏଥିପ୍ରତି ମଧ୍ୟ ନିଘା ନାହିଁ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି କିଷାନସେଲ ଅଧ୍ୟକ୍ଷ ଶ୍ରୀ ଅମିୟ କୁମର ପଟ୍ଟନାୟକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏଥିପାଇଁ ସଂପୂର୍ଣ୍ଣ ଦାୟୀ କରିଛନ୍ତି । ସରକାର ଆମଗାଁ ଆମ ବିକାଶ କଥାର ଡିଣ୍ଡିମ ପିଟୁଥିବା ବେଳେ ରାଜ୍ୟ ଜନସଂଖ୍ୟାର ୭୦ପ୍ରତିଶତ ହେଲେ ଚାଷୀ କିନ୍ତୁ ସରକାରଙ୍କ ଖାତାରେ ଚାଷୀ ନାହାନ୍ତି । ଏ ଅଣଦେଖା କ’ଣ ପାଇଁ? ମିଲର ପ୍ରଶାସନ ଓ ସରକାରଙ୍କ ମଧୂଚନ୍ଦ୍ରିକାରେ ଧାନ କିଣାଯିବାର ବ୍ୟବସ୍ଥା କରାଯାଇ ପଂଚାୟତ ନିର୍ବାଚନରେ ବିଜେଡ଼ି ଭୋଟ ହାତେଇବାକୁ ଚାଷୀଙ୍କ ଟଙ୍କା ଲୁଟ କରୁଛନ୍ତି । ଚାଷୀ ଧାନ ବିକିବେ, ସରକାର ଧାନ କିଣିବେ, ମିଲର ଏହାକୁ ବୟଲ କରି ଚାଉଳ କରିବ । ରାଜ୍ୟର ଆବଶ୍ୟକ ପୂରଣ ପରେ ବଳକାଧାନର ଉତ୍ପାଦିତ ଚାଉଳକୁ ଏଫିସିଆଇ କିଣିବା କଥା କିନ୍ତୁ ଏଫିସିଆଇ କିଣୁନାହିଁ କେନ୍ଦ୍ର ସରକାରଙ୍କ ଜାଣିଶୁଣି ଏଦିଗରେ ରାଜନୀତି କରୁଛନ୍ତି ।
ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ଧାନର କ୍ୟୁଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରାଗଲା ନାହିଁ । ଏମଏସପିର ଆଇନଗତ ଗ୍ୟାରେଂଟି ମିଲିଲା ନାହିଁ । କିନ୍ତୁ ଅପରପକ୍ଷେ ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ସୁଦ୍ଧା ଚାଷୀର ଆୟ ଦୁଇଗୁଣା କରିବେ ବୋଲି ୫ବର୍ଷ ତଳେ ଦେଇଥିବା ପ୍ରତିଶ୍ରୁତି କେବଳ ଘୋଷଣାରେ ରହିଛି । ଚାଷୀଙ୍କ ଧାନ କିଣାଯାଉ ନାହିଁ କିମ୍ବା ଏଫିସିଆଇ ରାଜ୍ୟରୁ ଚାଉଳ କିଣାଯାଉ ନାହିଁ । ଫଳରେ ବିଜେଡ଼ି ଓ ବିଜେପି କଳିରେ ଚାଷୀ ପଡ଼ୁଛି ବଳି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଓଡ଼ିଶାରେ ଖରିଫରେ ୫୨ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ ହେଉଛି । ହେବ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନରେ ୨୪ଲକ୍ଷ ମେଟ୍ରିକଟନ ଚାଉଳ ବଂଟନ ପରେ ବାକି ୨୮ଲକ୍ଷ ମେଟ୍ରିକ ଟନ ଚାଉଳରୁ ଅରୁଆ ମାତ୍ର ୪ଲକ୍ଷ ମେଟ୍ରିକ ଟନ । ଆଉ ବଳକା ୨୪ଲକ୍ଷ ମେଟ୍ରିକ ଟନ ଚାଉଳ ଏଫିସିଆଇ କିଣିବା କଥା । ଏବେ ଏଫସିଆଇ ବଳାକ ଚାଉଳ କିଣୁ ନାହିଁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅରୁଆ ଚାଉଳ ପ୍ରସ୍ତୁତି ପାଇଁ ଓଡ଼ିଶାରେ କୌଣସି ଭିତିଭୂମି ସ୍ଥାପନ କରାଯାଇ ନାହିଁ । ରାଜ୍ୟରୁ ୯୦ ପ୍ରତିଶତ ଉଷୁନା ଚାଉଳ ଉତ୍ପାଦନ କରାଯାଉଛି । କେନ୍ଦ୍ର ହେଉ କି ରାଜ୍ୟ ହେଉ । ଏଥିରେ ଚାଷୀଙ୍କ ଦୋଷ କ’ଣ । ଉଭୟ ସରକାର ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ ବାରମ୍ବାର ପ୍ରତାରିତ କରିଚାଲିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ରାଜ୍ୟ ସରକାର ଅବିଳମ୍ବେ ଚାଷୀଙ୍କ ସମସ୍ତ ବଳକାଧାନ ନିର୍ଦ୍ଧାରୀତ ଏମଏସ୍ପିରେ କିଣିବା ସହ କେନ୍ଦ୍ର ସରକାର ରାଜ୍ୟର ଆଉ ବଳକା ୨୪ଲକ୍ଷ ମେଟ୍ରିକ ଟନ ତୁରନ୍ତ ଉଠାନ୍ତୁ ବୋଲି କିଷାନ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଯାହାକି ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଉଭୟ ବିଜେପି ବିଜେଡ଼ି ଦଳକୁ ଚାଷୀ ଏହାର ଠିକଣା ଜବାବ ଦେବେ ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିିସିସିର ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ, ପିସିସି କିଷାନ କଂଗ୍ରେସ ରାଜ୍ୟ ସାଧାରଣ ସଂପାଦକ ସାଇ ପ୍ରସାଦ ପାତ୍ର ଉପସ୍ଥିତି ଥିଲେ ।