ବରଗଡ଼ : ବରଗଡ଼ ଜିଲ୍ଲା ଅତାବିରା ବ୍ଳକ ଅନ୍ତର୍ଗତ ହିଲ୍ଲିପାଲି ପଞ୍ଚାୟତ ଟାଙ୍ଗର ଟିକ୍ରା ର ଚାଷୀ ବୃନ୍ଦାବନ ଭୁଏ (୬୨) କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି। ତାଙ୍କୁ ପ୍ରଥମେ ଗୋଡଭଗା ଓ ପରେ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ସେ ପ୍ରାଣ ହରାଇଥିବା ତାଙ୍କ ମଝିଆଁ ପୁଅ ଗଣନାଥ ଭୂଏ କହିଛନ୍ତି। ଗତ ଖରିଫ ଋତୁରେ ପ୍ରାୟ ୧୦ ଏକର ନିଜ ଜମିରେ ଧାନ ଚାଷ କରି ଟୋକନ ସମସ୍ୟା କାରଣରୁ ଏ ପର୍ଯ୍ୟନ୍ତ ୧୦୦ ବସ୍ତା ଧାନ ଅବିକ୍ରି ହୋଇ ଖଳାରେ ପଡି ରହିଛି। ସୋସାଇଟିର ୩ ଲକ୍ଷ ଟଙ୍କା ରୁଣ, ମହାଜନୀ ଋଣ ସାଙ୍ଗକୁ ପରିବାର ପୋଷଣ ଚିନ୍ତାରେ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପୁଅ କହିଛନ୍ତି। ମୃତକ ଚାଷୀଙ୍କ ୩ ପୁଅ ଅବିବାହିତ ଏବଂ ୨ ଝିଅ ବିବାହିତ ଅଛନ୍ତି। ବଡ ପୁଅ ତାମିଲନାଡୁ ଦାଦନ ଯାଇଛି। ସାନ ପୁଅ ଦଶମ ପାଠ ପଢି ଘରେ ଅଛି। ଗତ ରବି ଋତୁରେ ଧାନ ବିକ୍ରି ସମସ୍ୟା ଏବଂ ଚଳିତ ଖରିଫ ଋତୁରେ ଚାଷ ପାଇଁ ଋଣ ଏହା ସାଙ୍ଗକୁ ପରିବାର ପୋଷଣ ଚିନ୍ତା ରେ ବୃନ୍ଦାବନ ଭୁଏ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପୁଅ କହିଛନ୍ତି।