29.1 C
Bhubaneswar
Monday, November 18, 2024
Homeଓଡିଶାସାଂଘାତିକ ଜାଲିଆତି : ଭୋଟର ସଂଖ୍ୟା ଠାରୁ ମତଦାନ ବେଶି 

ସାଂଘାତିକ ଜାଲିଆତି : ଭୋଟର ସଂଖ୍ୟା ଠାରୁ ମତଦାନ ବେଶି 

ଯାଜପୁର : ଏଥର ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନେକ ବିଭ୍ରାଟ୍ ଦେଖିବାକୁ ମଳିଛି । ପ୍ରଥମ ପର୍ଯ୍ୟାୟରେ ଯେତିକି ହିଂସା କାଣ୍ଡ ଦେଖାଯାଇଥିଲା, ଦ୍ୱିତୀୟ ପର୍ଯ୍ୟାୟରେ ହିଂସାକାଣ୍ଡ ଥମିବା ପରିବର୍ତ୍ତେ ତାହା ଦ୍ୱିଗୁଣିତ ହୋଇଥିଲା । ଆଉ ତୃତୀୟ ପର୍ଯ୍ୟାୟ ବେଳକୁ ହିଂସାକାଣ୍ଡ ଚରମ ସୀମାରେ ପହଞ୍ଚିଥିଲା । ଏଥର ପଞ୍ଚାୟତ ନିର୍ବାଚନରେ ଲୋକେ ପୋଲିସକୁ ପାଇପ୍‌ରେ ପିଟିବା ସହ ସାମ୍ବାଦିକଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିବା ଦେଖାଯାଇଛି । ପରେ ପୋଲିସ ମଧ୍ୟ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛି । ତେବେ ଏହା ବାଦ୍ ଏଥର ନିର୍ବାଚନରେ ଏକ ସାଂଘାତିକ ବିଭ୍ରାଟ୍ ଦେଖାଯାଇଛି । ବୁଥ୍‌ରେ ଭୋଟର ସଂଖ୍ୟା ଯେତିକି, ତାଠାରୁ ଅଧିକ ମତଦାନ କରାଯାଇଥିବା ଅଭିଯୋଗ ହୋଇଛି । ଅର୍ଥାତ୍ ଭୋଟର ନାହାନ୍ତି ହେଲେ ଭୋଟ୍ ବାକ୍ସ ଫୁଲ୍ । ସମସ୍ତେ ଜାଣନ୍ତି ଶତପ୍ରତିଶ ଭୋଟିଂ ହେବା ଏତେ ସହଜ ନୁହେଁ । କିନ୍ତୁ କିଛି ବୁଥ୍‌ରେ ଶହେରୁ ଅଧିକ ପ୍ରତିଶତ ଭୋଟିଂ ହୋଇଛି । ତେବେ ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ, କୌଣସି ରାଜନୈତିକ ଦଳ ବୁଥ୍ ରିଗିଂ କିମ୍ବା ବୁଥ୍ କ୍ୟାପ୍‌ଚର କରି ମନ ଇଚ୍ଛା ଭୋଟ୍ ଦେଇ ବାଲଟ୍ ବକ୍ସରେ ପକାଇଛି । ଏଭଳି ଅଭିଯୋଗ ଆସିଛି, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଦୁଦୁରଆଣ୍ଟା ଭାଗେଶ୍ୱରୀ ସ୍କୁଲରେ ହୋଇଥିବା ୯ ନମ୍ବର ବୁଥ୍‌, କୟାଁ ପଞ୍ଚାୟତ ଗୋପବନ୍ଧୁ ସ୍କୁଲର ୨ ନମ୍ବର ବୁଥ୍ ଓ ଅସନପୁର ରାଧାପଲ୍ଲଭ ସ୍କୁଲରେ ହୋଇଥିବା ୯ ନମ୍ବର ବୁଥ୍‌ରୁ । ଏହି ସବୁ ବୁଥ୍‌ରେ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହୋଇଥିଲା । ଆଶ୍ଚର୍ଯ୍ୟର କଥା ଏହି ସବୁ ବୁଥ୍‌ରେ ମୋଟ ଭୋଟର ସଂଖ୍ୟା ଯେତିକି, ତାଠାରୁ ଅଧିକ ଲୋକ ଭୋଟ ଦେଇଛନ୍ତି । ସେକ୍ଟର ଅଫିସରଙ୍କ ରିପୋର୍ଟ ଅନୁସାରେ ଭୋଟ ହାର ତାଲିକା ବାହାରିଛି । ଯେଉଁଠି ତ୍ରୁଟି ବାହାରିବ, ତାର ତଦନ୍ତ କରି ସଂଶୋଧନ କରାଯିବ । ତେବେ ଏଠି ପ୍ରଶ୍ନ ଉଠୁଛି ବୁଥ୍‌ରେ ନିୟୋଜିତ ପ୍ରିଜାଇଡିଂ ଅଫିସର ଏହି ସମୟରେ କରୁଥିଲେ କ’ଣ ? ବୁଥ୍‌ର ସୁରକ୍ଷା ପାଇଁ ନିଯୁକ୍ତ ପୋଲିସ କର୍ମଚାରୀ କେଉଁଠି ଥିଲେ ?

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking