ଭୁବନେଶ୍ୱର: ରାଜ୍ୟରେ ଧାନ କିଣା ପ୍ରକ୍ରିୟା ସଠିକ୍ ଚାଲିଛି କହିଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ସେ ଆହୁରି କହିଛନ୍ତି ଯେ ଯିଏ ଆନ୍ଦୋଳନ କରୁଛନ୍ତି ସେମାନେ ଚାଷୀ ନୁହଁନ୍ତି । କେବଳ ବଡ ଚାଷୀ ବିରୋଧ କରୁଛନ୍ତି । ଗତ ବର୍ଷ ୫ ଶହ କ୍ୱିଣ୍ଟାଲ୍ ବିକିଥିଲେ, ଏଥର କ୍ୟାପ୍ସ ହୋଇଥିବାରୁ ଅସୁବିଧା ହେଉଛି । ୧୫ ଦିନ ଟୋକେନ୍ ଅବଧି ବୃଦ୍ଧି କରାଯାଉଛି । ମିଲରଙ୍କ ପାଖରେ ଜାଗା ନ ଥିବାରୁ ଧାନ କିଣା ପ୍ରକ୍ରିୟା ଧିରେ ହେଉଛି । ସରକାରଙ୍କୁ ବଦ୍ନାମ କରିବାକୁ ଫେକ୍ ଚାଷୀ ଚେଷ୍ଟା କରୁଛନ୍ତି । ସେଥିରେ ସେମାନେ ସଫଳ ହେବେନି, ସମସ୍ତଙ୍କ ଧାନ ଉଠିବ ।









