ଭୁବନେଶ୍ୱର : ପୁଣି ଯୋଡ଼ି ହେଲା ଆଉ ଏକ ନୂଆ କାହାଣୀ । ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ଯୋଡ଼ି ହୋଇଛି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି କାହାଣୀ । ସେ ଯୁବତୀଙ୍କୁ ଫସାଇବା ପାଇଁ ଳକରୁଥିଲେ ଇମୋସ୍ନାଲ ଡ୍ରାମା । ଆପଣାଉଥିଲେ ନୂଆ ନୂଆ ତରିକା । ବିଶ୍ୱାସ ଜିତିବା ପାଇଁ କ୍ରିଏଟ୍ କରୁଥିଲେ ଇମୋସ୍ନାଲ ସିନ୍ । ଯାହାର ଖୁଲାସା କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ସେ କହିଛନ୍ତି ରସିକିଆ ନକଲି ଡାକ୍ତର ଯୁବତୀଙ୍କୁ ଫସାଇବାକୁ ଇମୋସନାଲ ଡ୍ରାମା କରୁଥିଲେ । ମହିଳାଙ୍କୁ ଫସାଇବାକୁ ତିଆରି କରୁଥିଲେ ଇମୋସନାଲ ଭିଡିଓ । କେତେବେଳେ ଲୁହ ନିଗିଡ଼ାଇ କାନ୍ଦୁଥିଲେ ତ ଆଉ କେତେବେଳେ କହୁଥିଲେ ଇମୋସ୍ନାଲ ଡାଇଲଗ୍ । ଆଖିରୁ ମିଛ ଲୁହ ଗଡ଼ାଇ ମହିଳାଙ୍କୁ ପ୍ରେମ ଜାଲରେ ଫସାଉଥିଲେ ନକଲି ଡାକ୍ତର ରମେଶ ସ୍ୱାଇଁ । ଏମିତିକି ସିମ୍ପାଥି ହାତେଇବା ପାଇଁ ଇମୋସ୍ନାଲ ସିନ୍ ବି କ୍ରିଏଟ୍ କରୁଥିଲେ । ହାତରେ ସାଲାଇନ୍ ଲଗାଇ ଅସୁସ୍ଥ ବୋଲି ନିଜକୁ ଦର୍ଶାଉଥିଲେ ଆଉ ପ୍ରେମ ଆଗ୍ରହ କରୁଥିଲେ । ଅନେକ ଦିଗରୁ ତଦନ୍ତ ପରେ ଏଭଳି ଘଟଣାର ଖୁଲାସା କରିଛି ପୋଲିସ । ଏକ ସାମ୍ବାଦିକ ସମ୍ମିଳନୀରେ ଡିସିପି ଉମାଶଙ୍କର ଦାସ ଏନେଇ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି, ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ଲମ୍ବି ଚାଲିଛି ଅଭିଯୋଗ ଫର୍ଦ୍ଦ । ୧୮ ପତ୍ନୀଙ୍କୁ ବିବାହ କରି ଚର୍ଚ୍ଚାରେ ରହିଥିବା ନକଲି ଡାକ୍ତର ରମେଶ ସ୍ୱାଇଁ ନାଁ ପୁଣି ଏବେ ଚର୍ଚ୍ଚାରେ ରହିଛି ।