ଭୁବନେଶ୍ୱର: ରାଜଧାନୀରେ ବୁଲୁଥିବା ଜଣେ ନକଲି କ୍ରାଇମ୍ବ୍ରାଞ୍ଚ ଅଧିକାରୀଙ୍କୁ ଗିରଫ କରାଯାଇଛି । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କର ବିଭିନ୍ନ ସରକାରୀ ଅନୁଷ୍ଠାନରେ ଚାକରି କରାଇ ଦେବା ନାମରେ ଲକ୍ଷାଧିକ ଟଙ୍କାର ଠକେଇ କରିଥିଲେ । ଗିରଫ ନକଲି କ୍ରାଇମ୍ବ୍ରାଞ୍ଚ ଅଧିକାରୀ ଜଣଙ୍କ ହେଲେ ରଞ୍ଚନ କୁମାର ନାୟକ । ତାଙ୍କ ଘର କଟକ ଜିଲା ସଦର ଥାନା ଅନ୍ତର୍ଗତ ଗୋପାଳପୁର ଅଞ୍ଚଳରେ । ପୁଲିସ ତାଙ୍କ ଠାରୁ ପୁଲିସ ୟୁନିଫମ୍, ବେଲ୍ଡ, ନେମ୍ପ୍ଲେଟ୍ ଏବଂ ଡାକ୍ତରୀ ପୋଷାକ ସହ ଷ୍ଟେଥେସ୍କୋପ ଜବତ କରାଯାଇଛି ।
ଏହା ସହ ୨ ବ୍ୟାଙ୍କ ଆକାଉଣ୍ଟ ଏବଂ ଭୋଟ ପଚିଚୟ ପତ୍ର ଜବତ କରାଯାଇଛି । ସୂଚନାଯୋଗ୍ୟ ଯେ, ନିଜ ପାଠ ପଢା ସରିବା ପରେ ଅଭିଯୋଗକାରୀ ଜଣକ ଘାଟିକିଆ କେ-୩ ଠାରେ ଏକ ଡୋର-ସ୍େଟପ୍ କାର ୱାସ ଗ୍ୟାରେଜ ଖୋଲି ଥିଲେ । ପରେ କଳିଙ୍ଗ ବିହାର ଠାରେ ଥିବା ଅନ୍ୟ ଏକ କାର ୱାସ ସେଣ୍ଟରର ମାଲିକ ଅକ୍ଷୟ କୁମାର ପାଢିଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା । ତାଙ୍କ ମଧ୍ୟମରେ ନିଜକୁ କ୍ରାଇମ ବ୍ରାଞ୍ଚ ଇନ୍ସପେକ୍ଟର କହୁଥିବା ରଞ୍ଜନ ସହିତ ଅଭଯୋଗକାରୀଙ୍କ ପରିଚୟ ହୋଇଥିଲା । ଚିହ୍ନାପରିଚୟ ହେବା ପରେ ଓଡ଼ିଶା ହାଇ-କୋର୍ଟରେ ଏଏସଓ ଚାକିରି କରାଇଦେବାର ପ୍ରଲୋଭନ ଦେଖାଇବା ସହିତ ୧୦-୧୨ ଲକ୍ଷ ଟଙ୍କା ଦେଲେ ଉକ୍ତ ଚାକିରି କରାଇଦେବେ ବୋଲି ଅଭିଯୋଗକାରୀଙ୍କ ମନରେ ବିଶ୍ୱାସ ଜନ୍ମାଇ ଥିଲେ ।
ପରେ ଅଭିଯୋଗକାରୀ ଜଣକ ଅଭିଯୁକ୍ତଙ୍କ କହିବା ଅନୁସାରେ ତାଙ୍କ ଅକାଉଣ୍ଟକୁ ପର୍ଯ୍ୟାୟକ୍ରମେ ଭିନ୍ନ ଭିନ୍ନ ତାରିଖରେ ମୋଟ ୮,୦୨,୦୦୦ଟଙ୍କା ପଠାଇଥିଲେ । ଟଙ୍କା ପଠାଇବା ପରେ ଅଭିଯୋଗକାରୀ ଜଣକ ଏଏସଓ ପରୀକ୍ଷାରେ କୃତ୍ତକାର୍ଯ୍ୟ ହୋଇପାରି ନଥିଲେ । ଏହା ଦେଖି ଅଭିଯୋଗକାରୀ ଜଣକ ରଞ୍ଜନଙ୍କୁ ପଚାରିବାରୁ ସେ ଭୁବନେଶ୍ୱରରରେ ଥିବା ନିଜ ଅଫିସକୁ ଯାଇ ଦେଖା କରିବା ପାଇଁ କହିଥିଲେ । ହେଲେ କେେଽି ଧରାଛୁଆଁ ଦେଇ ନ ଥିଲେ । ପରେ ଏକ ନକଲି ଚୂଡ଼ାନ୍ତ ତାଲିକାକୁ ହ୍ୱାଟ୍ସଆପ କରିଥିଲେ, ଯେଉଁ ଥିରେ କି ତାଙ୍କ ନାମ ଭୁଲ ଲେଖା ହୋଇଥିବା ବେଳେ ତାହା ଏସଇବିସି ବର୍ଗର ଥିଲା ।
ଅଭିଯୋଗକାରୀ ଜଣକ ଠକାମୀରେ ପଡିଥିବା ଜାଣିପାରି ନିଜ ଟଙ୍କା ଫେରାଇବା ଲାଗି ଅଭିଯୁକ୍ତଙ୍କୁ ଫୋନ କରିବାରୁ ରଞ୍ଜନ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିବା ସହିତ ନାନାପ୍ରକାର ଧମକ ମଧ୍ୟ ଦେଇଥିଲେ । ଘଟଣାର ଅଭିଯୋଗପରେ ପାହାଳ ଥାନା ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ଉପରୋକ୍ତ ସାମଗ୍ରୀ ସବୁକୁ ଜବତ କରାଯାଇଛି । ପଚରାଉଚରା ସମୟରେ ଜଣାପଡିଥିଲା ସେ ଓଡ଼ିଶା ହାଇ-କୋର୍ଟରେ ଏଏସଓ ଚାକିରି କରାଇଦେବା ଲାଗି ପ୍ରତିଶୃତି ଦେଇ ଧରଣିଧର ପଣ୍ଡା ନାମକ ଜଣେ ଯୁବକଙ୍କ ନିକଟରୁ ମଧ୍ୟ ୭,୬୮,୦୦୦ ଟଙ୍କା ଠକି ନେଇଛନ୍ତି ।