25.1 C
Bhubaneswar
Wednesday, October 23, 2024
Homeଦେଶ ବିଦେଶଜାଲ୍ ସାର୍ଟିଫିକେଟ୍ ର‌୍ୟାକେଟ୍ ଠାବ, ୨ ଗିରଫ

ଜାଲ୍ ସାର୍ଟିଫିକେଟ୍ ର‌୍ୟାକେଟ୍ ଠାବ, ୨ ଗିରଫ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ପୁଲିସ ରବିବାର ଏକ ଜାଲ୍ ମାର୍କସିଟ୍ ଓ ସାର୍ଟିଫିକେଟ୍ ର‌୍ୟାକେଟ୍‌କୁ ଠାବ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଦେଶ ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ନାମରେ ପ୍ରସ୍ତୁତ କରାଯାଇଥିବା ୧୯ଟି ଜାଲ୍ ସାର୍ଟିଫିକେଟ ଓ ମାର୍କସିଟ୍ ସମେତ ୧୧ଟି ଲାପ୍‌ଟପ୍‌, ୧୪ଟି ମୋବାଇଲ, ନକଲି ରବର ଷ୍ଟାମ୍ପ ଜବତ କରାଯାଇଛି ।

ଏହି ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟରେ ସାଂଘାଇ ଇଣ୍ଟରନ୍ୟାସନାଲ ୟୁନିଭର୍ସିଟୀ, ୱିଲିୟମ କ୍ୟାରେ ୟୁନିଭର୍ସିଟୀ, ୟୁନିଭର୍ସିଟୀ ଅଫ୍ ଶିଲଂ, ଉତ୍ତରାଖଣ୍ଡ, ରାଜସ୍ଥାନ, ଉତ୍ତର ପ୍ରଦେଶ, ହରିୟାଣା, କଳିଙ୍ଗ, ବିହାର ଓ ଅନ୍ୟ ରାଜ୍ୟର କେତେକ ୟୁନିଭର୍ସିଟୀ ସାମିଲ ରହିଥିବା ଜଣାପଡିଛି । ୨୦୨୦ରୁ ସେମାନେ ଏହି ର‌୍ୟାକେଟ ଚଳାଇ ଆସୁଥିବାବେଳେ ଦଶମରୁ ପିଏଚ୍‌ଡି ସାର୍ଟିଫିକେଟ ପାଇଁ ୨୦ ହଜାରରୁ ୨.୨୦ ଲକ୍ଷ ଟଙ୍କା ଦାବି କରୁଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking