22.1 C
Bhubaneswar
Thursday, November 21, 2024
Homeଅପରାଧଜାଲ୍ ସାର୍ଟିଫିକେଟ୍ ମାମଲା; କେନ୍ଦ୍ରାପଡ଼ା ଜିଲ୍ଲାର ୩ ପୋଷ୍ଟମାଷ୍ଟର ବହିଷ୍କୃତ

ଜାଲ୍ ସାର୍ଟିଫିକେଟ୍ ମାମଲା; କେନ୍ଦ୍ରାପଡ଼ା ଜିଲ୍ଲାର ୩ ପୋଷ୍ଟମାଷ୍ଟର ବହିଷ୍କୃତ

କେନ୍ଦ୍ରାପଡ଼ା: ନକଲି ସାର୍ଟିଫିକେଟ ଦେଇ ଡାକ ବିଭାଗରେ ଚାକିରୀ କରିଥିବା କେନ୍ଦ୍ରାପଡ଼ା ଜିଲ୍ଲାର ୩ ଜଣ ପୋଷ୍ଟମାଷ୍ଟରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଜିଲ୍ଲା ଡାକ ଡିଭିଜନ ଅଧିକ୍ଷକ ଦେବରାଜ ସେଠୀ ଏହି ୩ କର୍ମଚାରୀଙ୍କୁ ମଙ୍ଗଳବାର ବହିଷ୍କୃାର କରିଛନ୍ତି । ସେମାନେ ହେଲେ ପ୍ରସନ୍ନ କୁମାର ସେଠୀ, ସୌମ୍ୟରଞ୍ଜନ ସେଠୀ ଓ ମାମାଶ୍ରୀ ଭାରତୀ । ଏମାନେ ସମସ୍ତେ ଭଦ୍ରକ ଜିଲ୍ଲାର ବୋଲି ଜଣାପଡ଼ିଛି । ଏମାନେ ଉତ୍ତରପ୍ରଦେଶ ବୋର୍ଡରୁ ନକଲି ସାର୍ଟିଫିକେଟ ସଂଗ୍ରହ କରି ଭୁଲ୍ ତଥ୍ୟ ଦେଇ ଚାକିରି କରିଥିଲେ ।

ଏହା ଜଣାପଡିବା ପରେ ମାର୍ଚ୍ଚ ମାସ ୨୧ ତାରିଖ ଦିନ କେନ୍ଦ୍ରାପଡ଼ା ଟାଉନ ଥାନାରେ ଡିଭିଜନ୍ ଅଧିକ୍ଷକ ଲିଖିତ ଅଭିଯୋଗ କରିଥିଲେ । ସେମାନଙ୍କ ବିରୋଧରେ ଟାଉନ ଥାନା ପୁଲିସ ଏକ ମାମଲା ରୁଜୁ କରିଥିଲେ ମଧ୍ୟ ସମସ୍ତେ ଫେରାର ଥିବାରୁ ସେମାନଙ୍କୁ ଗିରଫ କରାଯାଇପାରିନାହିଁ । ସେମାନଙ୍କ ବିରୋଧରେ ଡାକ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ସମୟରେ ଅଭିଯୁକ୍ତମାନେ ଦେଇଥିବା ସାର୍ଟିଫିକେଟରେ ଉତ୍ତରପ୍ରଦେଶରେ କୌଣସି ସ୍କୁଲ୍ କିମ୍ବା ବୋର୍ଡ ନଥିବା ଜଣାପଡ଼ିଥିଲା । ଏହି ୩ ଜଣ ଧରିବିଲ ପୋଷ୍ଟମାଷ୍ଟର, କଦଳୀବଣ ପୋଷ୍ଟମାଷ୍ଟର ଏବଂ ଡିହାପଡ଼ା ପୋଷ୍ଟମାଷ୍ଟର ଭାବେ ନିଯୁକ୍ତି ପାଇଥିଲେ । ଏମାନେ ୨୦୧୮ ମସିହାରୁ ନକଲି ସାର୍ଟିିଫିକେଟ୍ ଦେଇ ଚାକିରି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking