15.1 C
Bhubaneswar
Monday, February 9, 2026
Homeଦେଶ ବିଦେଶନକଲି ସେନା ଅଧିକାରୀ ଗିରଫ

ନକଲି ସେନା ଅଧିକାରୀ ଗିରଫ

ମହାରାଷ୍ଟ୍ର: ଏକ ଦ୍ରୁତ ଏବଂ ସମନ୍ୱୟ ଅଭିଯାନରେ, ଭାରତୀୟ ସେନା କର୍ମଚାରୀଙ୍କ ପରିଚୟ ନେଇ ଜଣେ ବ୍ୟକ୍ତିଙ୍କୁ ମହାରାଷ୍ଟ୍ରର ପୁଣେର ବିଶପ ସ୍କୁଲ ନିକଟରୁ ଗିରଫ । ବିଶ୍ୱସ୍ତ ଗୁଇନ୍ଦା ସୂଚନା ଆଧାରରେ ଦକ୍ଷିଣ କମାଣ୍ଟ ସାମରିକ ଗୁଇନ୍ଦା, ଦକ୍ଷିଣ କମାଣ୍ଡ ସାମରିକ ପୋଲିସ ୟୁନିଟ ଏବଂ ପୁନେ ସିଟି ପୋଲିସର ଲସ୍କର ପୋଲିସ ଷ୍ଟେସନକୁ ନେଇ ଗଠିତ ଏକ ମିଳିତ ଦଳ ଦ୍ୱାରା ଏହି ଗିରଫ କରାଯାଇଥିଲା । ଅଭିଯୁକ୍ତ ଜଣକ ଶିବାଜୀ ଭୋସଲେଙ୍କ ପୁଅ ଅଭିଷେକ ଭୋସଲେ ବୋଲି ଚିହ୍ନଟ କରାଯାଇଛି । ସେ ଭାରତୀୟ ସେନାର ଜଣେ ସକ୍ରିୟ ସଦସ୍ୟ ବୋଲି ମିଥ୍ୟା ଦାବି କରି ଲସ୍କର ପୋଲସ ଷ୍ଟେସନର ଅଧିକାରୀମାନଙ୍କୁ ଭ୍ରମିତ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା । ପୁଣେରେ ନିୟୋଜିତ ସାମରିକ ଗୁଇନ୍ଦା ଏବଂ ସାମରିକ ପୋଲିସ ଦଳ ପୁଣେ କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସତର୍କ କରାଇଥିଲେ ।

ସୂଚନା ଅନୁଯାୟୀ, ମିଳିତ ଦଳ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ନଜରରେ ରଖି ସୂଚନା ନିଶ୍ଚିତ କରିଥିଲେ । ତାଙ୍କୁ ମେ ୨୮ ଅପରାହ୍ନ ପ୍ରାୟ ୨ଟାରେ ଗିରଫ କରାଯାଇଥିଲେ ।ଗିରଫ ସମୟରେ ଅଭିଷେକ ଭୋସଲେଙ୍କଠାରୁ ଅନେକ ଜିନିଷ ଉଦ୍ଧାର କରାଯାଇଥିଲା, ଯେଉଁଥିରେ ଯୁଦ୍ଧ ପୋଷାକର ଦୁଇଟି ସେଟ, ଗୋଟିଏ ଯୋଡା ଡିଏମଏସ ବୁଟ, ଏକ ସବୁଜ ବେଲ୍ଟ, ଅଭିଷେକ ଭୋସଲେ ଲେଖାଯାଇଥିବା ଏକ ନେମପ୍ଲେଟ, ନକଲି ପରିଚୟ ପତ୍ର, କମ୍ବାଟ ଟି-ସାର୍ଟ, ଗୋଟିଏ ପିକ କ୍ୟାପ, ଗୋଟିଏ ଯୁଦ୍ଧ ଟୋପି, ଗୋଟିଏ ସ୍କାର୍ଫ ଏବଂ ଅନ୍ୟାନ୍ୟ ଜିନିଷ ଥିଲା । ଲସ୍କର ପୋଲିସ ଷ୍ଟେସନରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକମାମଲା ରୁଜୁ କରାଯାଇଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଚାଲିଛି । ଅଭିଯୁକ୍ତଙ୍କୁ ସାମରିକ ଏବଂ ପୋଲିସ ଅଧିକାରୀମାନେ ମିଳିତ ଭାବରେ ପଚରାଉଚରା କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking