26.1 C
Bhubaneswar
Friday, September 20, 2024
Homeଦେଶ ବିଦେଶସୀମା ସ୍ଥିତି ସ୍ଥିର କରିବ ପରସ୍ପର ଭିତରର ସଂପର୍କ , ପାକିସ୍ତାନ ଓ ଚୀନ୍କୁ ବିଦେଶ...

ସୀମା ସ୍ଥିତି ସ୍ଥିର କରିବ ପରସ୍ପର ଭିତରର ସଂପର୍କ , ପାକିସ୍ତାନ ଓ ଚୀନ୍କୁ ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କ ପରାମର୍ଶ

ନୂଆଦିଲ୍ଲୀ : ଚୀନ ଓ ପାକିସ୍ତାନକୁ ପରାମର୍ଶ ଦେଲେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର । ଦିଲ୍ଲୀରେ ଏକ କାର୍ଯ୍ୟକ୍ରମକୁ ସମ୍ୱୋଧିତ କରି ପଡ଼ୋଶୀ ଦେଶ ଚୀନ୍ ଓ ପାକିସ୍ତାନକୁ ଉପଦେଶ ଛଳରେ କହିଥିଲେ , ଆମେ ଆତଙ୍କବାଦକୁ କୌଣସି ବି ସ୍ଥିତିରେ ମଞ୍ଜୁରୀ ଦେଇ ପାରିବୁ ନାହିଁ । ଆମେ ଚାହୁଁ ନାହୁଁ କି ପାକିସ୍ତାନ ସହ କଥାବାର୍ତ୍ତାର ଆଧାର ଆତଙ୍କବାଦ ହେଉ । ଜୟଶଙ୍କର ଆଇଆଇସିର ଏକ କାର୍ଯ୍ୟକ୍ରମରେ କହିଥିଲେ କି ଯେପର୍ଯ୍ୟନ୍ତ ସୀମାପାର୍ ଆତଙ୍କବାଦ ଶେଷ ନହୋଇଛି , ସେପର୍ଯ୍ୟନ୍ତ ପାକିସ୍ତାନ ସହ ସାଧାରଣ ଭାବେ ସଂପର୍କ ସମ୍ଭବ ନୁହେଁ । ସେ ଚୀନ ସହ ସଂପର୍କ ବିଷୟରେ ବି କହିଛନ୍ତି କି ବେଜିଂ ସହ ବର୍ତ୍ତମାନ ସମ୍ୱନ୍ଧ ସଂଘର୍ଷପୂର୍ଣ୍ଣ ଅଛି । ଜୟ ଶଙ୍କର ଚୀନକୁ ନେଇ କହିଛନ୍ତି , ଦୁଇ ଦେଶ ମଧ୍ୟରେ ସମ୍ୱନ୍ଧ ସେତେବେଳେ ଠିକ୍ ହୋଇ ପାରିବ , ଯେବେ ପରସ୍ପର ପ୍ରତି ସମ୍ମାନ ରହିବ । ଶେଷରେ ସୀମାର ସ୍ଥିତି ହିଁ ସମ୍ୱନ୍ଧର ଦିଗ ସ୍ଥିର କରିବ । ବର୍ତ୍ତମାନ ଚୀନ ସହ ସମ୍ୱନ୍ଧ ଭଲ ନାହିଁ ।

ଜୟ ଶଙ୍କର ପୂର୍ବରୁ ହିଁ ଚୀନ ସହ ସଂପର୍କରେ ସୁଧାର କଥା କହି ସାରିଛନ୍ତି । ସେ ଏହି ମାସର ପ୍ରାରମ୍ଭରେ କହିଥିଲେ କି, ଭାରତ , ଚୀନ ସହ ସମ୍ୱନ୍ଧ ସୁଧାରିବାକୁ ଚାହୁଁଛି , କିନ୍ତୁ ଏହା ସେତେବେଳେ ସମ୍ଭବ ହୋଇ ପାରିବ , ଯେବେ ସୀମାରେ ଶାନ୍ତି ବଜାୟ ରହିବ । ଚୀନ୍କୁ ଛାଡ଼ି ଦୁନିଆର ସବୁ ମୁଖ୍ୟ ଶକ୍ତିଙ୍କ ସହ ଭାରତର ସମ୍ୱନ୍ଧରେ ସୁଧାର ହୋଇଛି । ସତ ଏହା କି ଉଭୟ ଦେଶ ମଧ୍ୟରେ ସମ୍ୱନ୍ଧ ପ୍ରଭାବିତ ହୋଇଛି ଏବଂ ଏହା ହୋଇ ଚାଲିବ … ଯଦି କୌଣସି ସୀମାରେ ସଂଘର୍ଷ ଥମିବ ନାହିଁ । ବିଦେଶ ମନ୍ତ୍ରୀ କହିଥିଲେ କି ,କଥାବାର୍ତ୍ତାର ରାସ୍ତା ଏବେ ବି ଖୋଲା ରହିଛି , କିନ୍ତୁ ନିମ୍ନ ସ୍ତରରେ ରହିଛି । ଆମେ ଏମିତି କହୁ ନାହୁଁ କି କଥାବାର୍ତ୍ତାର ରାସ୍ତା ବନ୍ଦ ହୋଇ ଯାଇଛି । ମାମଲା ଏହା କି ଗଲୱାନ ହିଂସା ପୂର୍ବରୁ ମଧ୍ୟ ଆମେ ଚୀନ୍ ସହ କଥାବାର୍ତ୍ତା କରୁଥିଲୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking