23.1 C
Bhubaneswar
Friday, November 8, 2024
Homeଓଡିଶାବଢ଼ିଲା ଗ୍ରୀଷ୍ମ ଛୁଟି; ଜୁନ୍ ୧୯ ପରିବର୍ତ୍ତେ ଜୁନ୍ ୨୧ରେ ଖୋଲିବ ସ୍କୁଲ୍‌

ବଢ଼ିଲା ଗ୍ରୀଷ୍ମ ଛୁଟି; ଜୁନ୍ ୧୯ ପରିବର୍ତ୍ତେ ଜୁନ୍ ୨୧ରେ ଖୋଲିବ ସ୍କୁଲ୍‌

ଭୁବନେଶ୍ୱର : ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରଭାହ ଯୋଗୁଁ ବଢ଼ିଲା ଗ୍ରୀଷ୍ମ ଛୁଟି । ପିଲାମାନଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟକୁ ନଜରରେ ରଖି ଗ୍ରୀଷ୍ମ ଛୁଟିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଜୁନ୍ ୧୯ ପରିବର୍ତ୍ତେ ଜୁନ୍ ୨୧ରେ ଖୋଲିବ ସ୍କୁଲ୍ ।  ଏ ନେଇ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ରାଜ୍ୟରେ ଆଗାମୀ ୩ ଦିନ ଭୀଷଣ ତାତି ଅନୁଭୂତ ହେବ ବୋଲି କୁହାଯାଇଛି । ଆଗାମୀ ୩ ଦିନ ତାତିରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ୧୮ ତାରିଖ ଯାଏଁ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିବ ।

କିଛି ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକଠୁ ୫ରୁ ୭ ଡିଗ୍ରୀ ଅଧିକ ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ତାପମାତ୍ରାରେ ପରିବର୍ତ୍ତନ ହେବ ବୋଲି ସୂଚନା ରହିଛି । ବାୟୁମଣ୍ଡଳରେ ଶୁଷ୍କ ବାୟୁ ପ୍ରବାହ ହେବା ଯୋଗୁ ଅଧିକ ଆଦ୍ରତା ରହୁଛି । ଯାହାଫଳରେ ଅଧିକ ଗୁଳୁଗୁଳି ହେଉଛି । ରାଜ୍ୟରେ କିଛି ଦିନ ହେବ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳିଗୁଳି ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିଛି । ସକାଳ ୫ଟା ସୁଦ୍ଧା ତାପମାତ୍ରା ୩୦ ଡିଗ୍ରୀ ପାର କରିଯାଉଛି । ସକାଳ ୮ଟା ପରେ ଘରକୁ ବାହାରିବା କଷ୍ଟକର ହୋଇପଡ଼ୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking