32.1 C
Bhubaneswar
Saturday, June 22, 2024
Homeଅପରାଧମହଙ୍ଗା ପଡିଲା ଫେସବୁକ ଦୋସ୍ତି; ଧାର ଟଙ୍କା ମାଗିବାରୁ ମହିଳାଙ୍କୁ ହତ୍ୟା

ମହଙ୍ଗା ପଡିଲା ଫେସବୁକ ଦୋସ୍ତି; ଧାର ଟଙ୍କା ମାଗିବାରୁ ମହିଳାଙ୍କୁ ହତ୍ୟା

ବରଗଡ: ଫେସବୁକରୁ ଆରମ୍ଭ ହୋଇଥିଲା ସମ୍ପର୍କ । ଦିନ ଗଡିବା ସହ ସମ୍ପର୍କ ହେଲା ମଜବୁତ । ମହିଳାଙ୍କ ଠାରୁ ଟଙ୍କା ଧାର ନେଇଥିଲେ ଯୁବକ । କିନ୍ତୁ ଧାର ଟଙ୍କା ମାଗିବାରୁ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ମହିଳାଙ୍କୁ ହତ୍ୟା କରି ନଦୀକୁ ଫୋପାଡି ଦେଲେ ଯୁବକ । ହତ୍ୟାକାଣ୍ଡର ୧୦ ଦିନ ପରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ବରଗଡ ଜିଲ୍ଲା ଭଟଲି ବ୍ଲକରେ ଗତ ୬ ତାରିଖରେ ଘଟିଥିଲା ଏହି ହତ୍ୟାକାଣ୍ଡ । ମୃତ ମହିଳା ହେଉଛନ୍ତି ଶିଳା ବେହେରା । ଗିରଫ ଅଭିଯୁକ୍ତ ହେଉଛି ପଥର୍ଲା ଗ୍ରାମର ଗୋପୀନାଥ ସାହୁ ।

ଗିରଫ ପରେ ଘଟଣା ସ୍ଥଳକୁ ଯାଇ ହତ୍ୟାକାଣ୍ଡର ସିନ ରିକ୍ରିଏସନ କରିଥିଲା ପୋଲିସ । ଟଙ୍କା ନେଣଦେଣକୁ ନେଇ ଘଟିଥିଲା ଏହି ହତ୍ୟାକାଣ୍ଡ । ହତ୍ୟାକାରୀ ଜଣକ ମହିଳାଙ୍କ ଠାରୁ ୧୮ ହଜାର ଟଙ୍କା ଧାର ନେଇଥିଲେ । ଟଙ୍କା ଫେରସ୍ତ କରିବାକୁ କହିବାରୁ ମହିଳାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି ହତ୍ୟାକାରୀ । ଏନେଇ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି ବରଗଡ ଏସଡିପିଓ ତନ୍ମୟ ମହାନ୍ତି । ଗତ ସେପ୍ଟେମ୍ବର ୬ ତାରିଖରେ ଭଟିଗାଁ ଜୀରାବ୍ରିଜ ତଳୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା ଭଟଲି ପୋଲିସ । ତଦନ୍ତ ପରେ ଗୁରୁବାର ପଥର୍ଲା ଗ୍ରାମର ଗୋପୀନାଥ ସାହୁକୁ ଗିରଫ କରିଛି ପୋଲିସ ।

ଏସଡିପିଓଙ୍କ କହିବା ଅନୁଯାୟୀ, ହତ୍ୟାକାରୀ ଗୋପୀନାଥ ସାହୁ ଏବଂ ମୃତ ମହିଳାଙ୍କ ମଧ୍ୟରେ ୨୦୨୩ ମାର୍ଚ୍ଚ ମାସରେ ଫେସବୁକରେ ପରିଚିତ ହୋଇଥିଲେ । ଗୋପୀନାଥ ପେଷାରେ ଜଣେ ଡ୍ରାଇଭର ଥିବାବେଳେ ସେ ପଦ୍ମପୁର ଅଞ୍ଚଳର ଏବଂ ପଥଲ୍ଲା ଠାରେ ଏକ ଭଡା ଘରେ ରହୁଥିଲା । ସେହିପରି ମୃତ ମହିଳା ଶିଳା ବେହେରା ସମ୍ବଲପୁର ଜିଲ୍ଲାର ବୁର୍ଲା ଠାରେ ନିଜ ବାପ ଘରେ ତାଙ୍କ ଦୁଇ ସନ୍ତାନଙ୍କ ସହିତ ରହୁଥିଲେ । ଫେସବୁକରେ ବନ୍ଧୁତା ହେବାପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା ଏବଂ ବୁର୍ଲାର ମହିଳାଙ୍କ ଠାରୁ ଗୋପୀନାଥ ୧୮,୦୦୦ ଟଙ୍କା ଧାର ଆଣିଥିଲା । ଅନେକ ଦିନପରେ ମହିଳା ଜଣକ ଦେଇଥିବା ଟଙ୍କା ମାଗିବାରୁ ଗୋପୀନାଥ ମହିଳାଙ୍କୁ ବରଗଡ ଡାକିଥିଲେ । ଏକ ହୋଟେଲରେ ମହିଳାଙ୍କ ସାକ୍ଷାତ କରି ଖାଇବା ପରେ ଭଟଲି ବ୍ଲକ ଅନ୍ତର୍ଗତ ଭାଟିଗାରେ ଥିବା ଜୀରା ବ୍ରିଜକୁ ରାତିରେ ଯାଇଥିଲେ । ସେଠାରେ ଏକ ଛୁରୀରେ ମହିଳାଙ୍କ ଗଳା କାଟି ବ୍ରିଜ ଉପରେ ହତ୍ୟା କରିବା ପରେ ନଦୀକୁ ଫିଙ୍ଗି ଦେଇଥିଲା ଅଭିଯୁକ୍ତ । ଏହାପରେ ବାଇକରେ ଫେରାର ମାରିଥିଲା ହତ୍ୟାକାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking