22.1 C
Bhubaneswar
Saturday, March 22, 2025
Homeଓଡିଶାପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବ୍ୟୟ ଅଟକଳ; ୨୦୨୪-୨୫ ଆର୍ଥିକ ବର୍ଷ ତୁଳନାରେ ୭...

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବ୍ୟୟ ଅଟକଳ; ୨୦୨୪-୨୫ ଆର୍ଥିକ ବର୍ଷ ତୁଳନାରେ ୭ ପ୍ରତିଶତ ଅଧିକ

ଭୁବନେଶ୍ୱର : ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ମୋଟ୍ ୨୯ ହଜାର ୧୯୯ କୋଟି ୨୧ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି, ଯାହାକି ୨୦୨୪-୨୫ ଆର୍ଥିକ ବର୍ଷ ତୁଳନା ରେ ୭ ପ୍ରତିଶତ ଅଧିକ। । ତନ୍ମଧ୍ୟରୁ ୨୩ ହଜାର ୯୮ କୋଟି ୭୪ ଲକ୍ଷ ଟଙ୍କା ଯୋଜନା ସମ୍ବନ୍ଧୀୟ ବ୍ୟୟ ବାବଦରେ ଏବଂ ୭୬୫ କୋଟି ୧୧ ଲକ୍ଷ ଟଙ୍କା ପ୍ରଶାସନିକ ବ୍ୟୟ ବାବଦରେ ବ୍ୟୟବରାଦ କରା ଯାଇଅଛି । ପୁନଶ୍ଚ ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ ଆୟୋଗ ଅଧୀନରେ ୨ ହଜାର ୨ ଶହ ୬୬ କୋଟି ୬୧ ଲକ୍ଷ ଟଙ୍କା ଏବଂ ପଞ୍ଚମ ରାଜ୍ୟ ଅର୍ଥ ଆୟୋଗ ଅଧୀନରେ ୩ ହଜାର ୬୮ କୋଟି ୭୫ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି ।

• ଆର୍ଥିକ ବର୍ଷ ୨୦୧୬-୧୭ ରୁ ଏ ପର୍ଯ୍ୟନ୍ତ ୩୨,୭୧୮ କୋଟି ଟଙ୍କା ବିନିଯୋଗ ହୋଇ ୨୩,୫୮,୨୭୧ ଗୋଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ପକ୍କାଘର ନିର୍ମିତ ହୋଇଛି । ନିର୍ମାଣାଧୀନ ଥିବା ୪,୭୩,୯୪୩ ଗୋଟି ଘରକୁ ଶୀଘ୍ର ସମାପ୍ତ କରିବା ପାଇଁ ପ୍ରୟାସ ଜାରି ରହିଛି। ବଳକା ଥିବା ସମସ୍ତ ଯୋଗ୍ୟ ପରିବାରଙ୍କୁ ଚିହ୍ନଟ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟରେ ୨୪ ଜାନୁଆରୀ ୨୦୨୫ ରୁ ନୂତନ ସର୍ଭେ ଆରମ୍ଭ ହୋଇଛି । ୨୦୨୫-୨୬ ଆର୍ଥିକ ବର୍ଷ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (PMAY-G) ଅଧୀନରେ ୪୫୦୦ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି ।

• ରାଜ୍ୟ ସରକାରଙ୍କ ନିଜସ୍ୱ ଗୃହ ନିର୍ମାଣ ଯୋଜନା “ଅନ୍ତ୍ୟୋଦୟ ଗୃହ ଯୋଜନା” ଗ୍ରାମାଞ୍ଚଳର ଗରିବ ପରିବାରଙ୍କୁ ନୂତନ ପକ୍କାଘର କରି ସୁରକ୍ଷିତ ଆଶ୍ରୟସ୍ଥଳୀ ଯୋଗାଇବା ପାଇଁ ପ୍ରଚଳନ କରାଯାଇଛି ।ଏହି ଯୋଜନାରେ କୌଣସି ଗ୍ରାମୀଣ ଗୃହ ନିର୍ମାଣ ଯୋଜନାର ହିତାଧିକାରୀମାନଙ୍କୁ ଶୀଘ୍ର ଗୃହ ନିର୍ମାଣ କରିବା ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନର ବ୍ୟବସ୍ଥା ରହିଛି ।ଅନ୍ତ୍ୟୋଦୟ ଗୃହ ଯୋଜନା ଅଧୀନରେ ୨୬୦୦ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି

• ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (MGNREGS) ଅଧୀନରେ ଆର୍ଥିକ ବର୍ଷ ୨୦୨୪-୨୫ (ଏପର୍ଯ୍ୟନ୍ତ) ରେ ଅନୁମୋଦିତ ୧୫ କୋଟି ଶ୍ରମ ବଜେଟ୍ ତୁଳନାରେ ୧୦.୮୭ କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇଛି ଯାହା ୭୨.୫ ପ୍ରତିଶତ ଅଟେ । ୩୧.୮୭ ଲକ୍ଷ ଶ୍ରମିକଙ୍କୁ ଅନ୍ତର୍ଭୁକ୍ତ କରି ୨୨.୧୬ ଲକ୍ଷ ପରିବାରକୁ କାର୍ଯ୍ୟ ପ୍ରଦାନ କରାଯାଇଛି. ଏହି ଯୋଜନା ନିମନ୍ତେ ୨୦୨୫-୨୬ ଆର୍ଥିକ ବର୍ଷରେ ୨୭୦୦ କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ରଖାଯାଇଅଛି ।

• ଦାଦନ ରୋକିବା ନିମନ୍ତେ ରାଜ୍ୟର ୯ ଗୋଟି ଜିଲ୍ଲା ଯଥା:- ବରଗଡ, ବଲାଙ୍ଗୀର, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର,ନୂଆପଡ଼ା ଓ ରାୟଗଡାର ୩୦ ଗୋଟି ଦାଦନ ପ୍ରବଣ ବ୍ଲକରେ “State Support to MGNREGS” କାର୍ଯ୍ୟକ୍ରମ ଅଧୀନରେ ପ୍ରତ୍ୟେକ ପରିବାରକୁ ସ୍ଥିରୀକୃତ ୧୦୦ ଦିନର କାର୍ଯ୍ୟ ବ୍ୟତୀତ ବାର୍ଷିକ ଅତିରିକ୍ତ ୨୦୦ ଦିନର କାର୍ଯ୍ୟ (ମୋଟ ୩୦୦ ଦିନ) ଯୋଗାଇଦେବା ନିମନ୍ତେ ଥିବା ସ୍ୱତନ୍ତ୍ର ପ୍ୟାକେଜ ଜାରି ରଖାଯିବ । ୨୦୨୫-୨୬ ଆର୍ଥିକ ବର୍ଷରେ ଏହି ଯୋଜନାରେ ୭୦୦ କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ରଖାଯାଇଅଛି ।

• ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ରେ ଜରିଆରେ ଓଡ଼ିଶାରେ ୧୦୯ଟି ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା (PIAs) ନିୟୋଜିତ ହୋଇଥିବା ବେଳେ ଏବଂ ୨୨୪ଟି ପ୍ରକଳ୍ପକୁ ବିଭିନ୍ନ ସଂସ୍ଥାକୁ ମଞ୍ଜୁର କରାଯାଇଛି । ଏହି କାର୍ଯ୍ୟକ୍ରମ ଆରମ୍ଭରୁ ୨,୨୩,୦୬୪ ଜଣ ଯୁବକ-ଯୁବତୀଙ୍କୁ ବିଭିନ୍ନ ଟ୍ରେଡରେ ତାଲିମ୍ ପ୍ରଦାନ କରାଯାଇଥିବା ବେଳେ, ସେମାନଙ୍କ ମଧ୍ୟରୁ ୧,୫୭,୦୨୨ ଜଣଙ୍କୁ ରାଜ୍ୟ ଭିତରେ ଏବଂ ବାହାରେ ବିଭିନ୍ନ ଘରୋଇ ସଂସ୍ଥାରେ ନିଯୁକ୍ତି ସୁଯୋଗ ଯୋଗାଇ ଦିଆଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଏହି ଉଦ୍ଦେଶ୍ୟରେ ୧୬୦ କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ରଖାଯାଇଛି ।

• ଗ୍ରାମାଞ୍ଚଳରେ ପ୍ରସ୍ତୁତ ଉତ୍ପାଦ ସହିତ ସହରର ବ୍ୟାବସାୟିକ କେନ୍ଦ୍ର ଗୁଡ଼ିକର ସଂଯୋଗୀକରଣ ଓ ଭିତ୍ତିଭୂମି ସହାୟତାରେ ପ୍ରମୁଖ ସମସ୍ୟା ଗୁଡ଼ିକର ସମାଧାନ କରିବା ପାଇଁ, ଓଡ଼ିଶାର ସମସ୍ତ ଜିଲ୍ଲାରେ ORMAS ର ୩୦ଟି ଜିଲ୍ଲାସ୍ତରୀୟ ଶାଖା କାର୍ଯ୍ୟକ୍ଷମ କରୁଛନ୍ତି । ଏହି ଯୋଜନା ଅଧୀନରେ, ଓରମାସ ୩୫ଟି ଉତ୍ପାଦକ ଉଦ୍ୟୋଗ, ୭୦ଟି ଗ୍ରାମୀଣ ଶିଳ୍ପ ପାର୍କ, ୨୪ଟି କୃଷକ ଉତ୍ପାଦକ ସଂଗଠନ ଏବଂ ୫ଟି କୃଷି ସଂସାଧନ କେନ୍ଦ୍ର ଗଠନ କରିବା ସହିତ ସେଥିପାଇଁ ପ୍ରଶିକ୍ଷଣ ଏବଂ ଦକ୍ଷତା ବୃଦ୍ଧି ଦିଗରେ ସହାୟତା ଯୋଗାଇ ଦେଇଛି। ଏହି ଯୋଜନା ରେ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ୩୫ କୋଟି ୫୭ ଲକ୍ଷ ଟଙ୍କା ର ବ୍ୟୟ ବରାଦ ପ୍ରସ୍ତାବ ରଖାଯାଇଛି ।

• ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କୁ ଜୁନ ୨୦୨୬ ସୁଦ୍ଧା ଘରୋଇ ଟ୍ୟାପ ଯୋଗେ ପର୍ଯ୍ୟାପ୍ତ ପରିମାଣର ନିରାପଦ ପାନୀୟଜଳ ଯୋଗାଇ ଦେବା ନିମନ୍ତେ ସରକାରଙ୍କ ଦ୍ଵାରା ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି ।ରାଜ୍ୟର ଗ୍ରାମାଞ୍ଚଳରେ ଅଦ୍ୟାବଧି ୧୬ ଗୋଟି ବୃହତ ପାଇପ ଜଳଯୋଗାଣ ପ୍ରକଳ୍ପ, ୧୭୩୮୦ ଗୋଟି ଏକକ/ଏକାଧିକ ଗ୍ରାମ ବିଶିଷ୍ଟ ପାଇପ ଜଳଯୋଗାଣ ପ୍ରକଳ୍ପ,୫୧୮୬୮୫ ଗୋଟି ନଳକୂପ/ପରିମଳକୂପ,୨୩୧୯୩ ଗୋଟି ସୋଲାର ଦ୍ଵୈତ ପମ୍ପ ଏବଂ ୪୫୯୮ ଗୋଟି ସୋଲାର ପାଇପ ଜଳ ଯୋଗାଣ ପ୍ରକଳ୍ପ ସ୍ଥାପନ କରାଯାଇ ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି ।ଏବେ ସୁଦ୍ଧା ରାଜ୍ୟର ମୋଟ ୮୮,୬୯,୫୩୬ ଗୋଟି ଗ୍ରାମୀଣ ପରିବାର ମଧ୍ୟରୁ ୬୭,୮୨,୩୯୨ ଗୋଟି (୭୬.୪୭%) ପରିବାରକୁ ଘରୋଇଟ୍ୟାପ ସଂଯୋଗୀକରଣ କରାଯାଇଛି । ଏଥି ନିମନ୍ତେ ୨୦୨୫-୨୬ ଆର୍ଥିକ ବର୍ଷରେ ଜଳ ଜୀବନ ମିଶନ ଅଧୀନରେ ୭ ହଜାର କୋଟି ଟଙ୍କା, ବସୁଧା ଯୋଜନାରେ ୧୫୦୦ କୋଟି ଟଙ୍କା ଏବଂ RIDFରେ ୧୦୦ କୋଟି ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ ରଖାଯାଇଛି

• ୨୦୨୫-୨୬ ଆର୍ଥିକ ବର୍ଷରେ ସମସ୍ତ ଗ୍ରାମକୁ ଖୋଲା ମଳତ୍ୟାଗ ମୁକ୍ତ ପ୍ଲସ୍ ଘୋଷଣା କରିବା ଦିଗରେ ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ଯୋଜନା ରେ ୩୦୦ କୋଟି ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ ରଖାଯାଇଛି ।

• ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଗ୍ରାମୀଣ ଭିତ୍ତିଭୂମି ବିକାଶ ଓ ଗ୍ରାମାଞ୍ଚଳ ସଂଯୋଗୀକରଣ ନିମନ୍ତେ ଗୁରୁତ୍ୱାରୋପ କରାଯିବ । ବିଭିନ୍ନ ସ୍ଥାୟୀ ତଥା ସମ୍ପ୍ରଦାୟ ଭିତ୍ତିକ ବିକାଶମୂଳକ ପ୍ରକଳ୍ପ ଗ୍ରହଣ କରି ଗ୍ରାମୀଣ ଓଡିଶାର ତ୍ୱରିତ ଅଭିବୃଦ୍ଧି ନିମନ୍ତେ ଗୁରୁତ୍ୱପୂର୍ଣ ବ୍ୟବଧାନ କୁ ଦୂର କରିବା, ଗ୍ରାମାଞ୍ଚଳ ଓଡ଼ିଶାରେ ରାସ୍ତା , ସେତୁ, ନଳାପୋଲ ଇତ୍ୟାଦି ନିର୍ମାଣ,ବିଶେଷ କରି ଦୁର୍ବଳ ଆଦିବାସୀ ଗୋଷ୍ଠୀ ବସବାସ କରୁଥିବା ଅଞ୍ଚଳରେ (PVTG) ସଂଯୋଗ ହୋଇନଥିବା ଗ୍ରାମ / ବାସସ୍ଥାନ , ନକ୍ସଲ ପ୍ରାଧାନ୍ୟ , ଦୁର୍ଗମ ପାହାଡ ଆଭ୍ୟନ୍ତରୀଣ ଏବଂ ଆନ୍ତ ଗ୍ରାମ ସଡ଼କ ମାଧ୍ୟମରେ ସଂଯୁକ୍ତ କରାଯିବା ଏହି ଯୋଜନା ର ମୁଖ୍ୟ ଉଦ୍ଦେଶ୍ୟ । ଏହି ଯୋଜନାରେ ଆର୍ଥିକ ବର୍ଷ ୨୦୨୫-୨୬ ନିମନ୍ତେ ୨୦୦୦ କୋଟି ଟଙ୍କାର ବ୍ୟୟ ବରାଦ ରଖାଯାଇଛି ।

• ସୌରଚାଳିତ ସଡକ ଆଲୋକୀକରଣ ପ୍ରକଳ୍ପ ଯୋଜନା ରେ ଆର୍ଥିକ ବର୍ଷ ୨୦୨୫-୨୬ ନିମନ୍ତେ ୫୦ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି ।

• ଆର୍ଥିକ ବର୍ଷ ୨୦୨୫-୨୬ ନିମନ୍ତେ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକର ଦକ୍ଷତା ବିକାଶ ନିମନ୍ତେ ରାଷ୍ଟ୍ରୀୟ ଗ୍ରାମ ସ୍ଵରାଜ୍ୟ ଅଭିୟାନ ଯୋଜନାରେ ୧୬୨ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରଖାଯାଇଅଛି। ତନ୍ମଧ୍ୟରୁ ,୩୦୦ ଟି ଅତି ଭଗ୍ନ ଅବସ୍ଥା ରେ ଥିବା ପଞ୍ଚାୟତ ରେ ନୂତନ ଗୃହ ନିର୍ମାଣ ପାଇଁ ପ୍ରତି ପଞ୍ଚାୟତ ପିଛା ୨୦ ଲକ୍ଷ ଟଙ୍କା ହିସାବ ରେ ୬୦ କୋଟି ଟଙ୍କା ର ବ୍ୟୟବରାଦ ହୋଇଛି।

• ଏତଦ ବ୍ୟତୀତ, ୨୩୫୨ ଗୋଟି (ବନ ସୁରକ୍ଷା ସମିତି (VSS Building ନିର୍ମାଣ ନିମନ୍ତେ ୨୦୨୫-୨୬ ବର୍ଷରେ ୧୯୯ କୋଟି ୯୨ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking