ନୂଆଦିଲ୍ଲୀ : ପୂର୍ବ ଲଦାଖରେ ଚୀନ୍ ସହ ଚାଲିଥିବା ସୀମା ବିବାଦ ମଧ୍ୟରେ ଅରୁଣାଚଳ ପ୍ରଦେଶରେ ଏକ ନୂଆ ଚିନ୍ତା ସୃଷ୍ଟି ହେଉଥିବା ଜଣାପଡିଛି । ମିଳିଥିବା ସ୍ୱତନ୍ତ୍ର ଉପଗ୍ରହ ଚିତ୍ରରେ ଏହା ଦେଖିବାକୁ ମିଳିଛି ଯେ ଚୀନ୍ ଅରୁଣାଚଳ ପ୍ରଦେଶରେ ଏକ ନୂତନ ଗ୍ରାମ ପ୍ରତିଷ୍ଠା କରିଛି । ଯେଉଁଥିରେ ପ୍ରାୟ ୧୦୧ ଟି ଘର ଅଛି । ଯେତେବେଳେ ନଭେମ୍ବର ୧, ୨୦୨୦ ରେ ନିଆଯାଇଥିବା ଏହି ଚିତ୍ରଗୁଡ଼ିକ ବିଷୟରେ ଅନେକ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରାଯାଇଥିଲା , ସେମାନେ ନିଶ୍ଚିତ କଲେ ଯେ ଏହି ଗାଁ ଭାରତର ପ୍ରକୃତ ସୀମା ମଧ୍ୟରେ 4.5 କିଲୋମିଟର ଦୂରରେ ରହିଛି ଏବଂ ଏହା ଭାରତ ପାଇଁ ଚିନ୍ତାର କାରଣ ହେବ ।