27.1 C
Bhubaneswar
Saturday, October 19, 2024
Homeଖେଳଅନ୍ତିମ ଦିନିକିଆରୁ ପାର୍‌ନେଲ୍ ବାଦ୍‌

ଅନ୍ତିମ ଦିନିକିଆରୁ ପାର୍‌ନେଲ୍ ବାଦ୍‌

ପ୍ରିଟୋରିଆ : ଅଲ୍‌ରାଉଣ୍ଡର୍ ୱେନି ପାର୍‌ନେଲ୍ ହାମ୍‌ଷ୍ଟ୍ରିଙ୍ଗ୍ ଇନ୍‌ଜୁରୀ କାରଣରୁ ବୁଧବାର ସେଞ୍ଚୁରିଅନ୍‌ରେ ଖେଳାଯିବାକୁ ଥିବା ବାଂଲାଦେଶ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରୁ ବାଦ୍ ପଡ଼ିଛନ୍ତି । କ୍ରିକେଟ୍ ସାଉଥ୍ ଆଫ୍ରିକା ପକ୍ଷରୁ ମଙ୍ଗଳବାର ଏହା କୁହାଯାଇଛି । ରବିବାର ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଅବସରରେ ପାର୍‌ନେଲ୍‌ଙ୍କୁ ଏହି ଆଘାତ ଲାଗିଥିଲା । ଏହି ମ୍ୟାଚ୍‌କୁ ୭ ୱିକେଟ୍‌ରେ ଜିତି ସାଉଥ୍ ଆଫ୍ରିକା ସିରିଜ୍‌କୁ ୧-୧ରେ ବରାବର କରିଥିଲା । ସେହିପରି ଘରୋଇ ପ୍ରତିଯୋଗିତା ଖେଳିବା ପାଇଁ ସାଉଥ୍ ଆଫ୍ରିକା ର‌୍ୟାନ୍ ରିକେଲ୍‌ଟନ୍‌ଙ୍କୁ ଦିନିକିଆ ଦଳରୁ ରିଲିଜ୍ କରିଛି । ଅନ୍ୟପକ୍ଷରେ ମା’ଙ୍କ ଅସୁସ୍ଥତା ସତ୍ତ୍ୱେ ନିର୍ଣ୍ଣାୟକ ଦିନିକିଆ ଖେଳିବା ପାଇଁ ବାଂଲାଦେଶ ଭେଟେରାନ୍ ସାକିବ୍ ଅଲ୍ ହସନ୍ ନିଷ୍ପତ୍ତି ନେଇଛନ୍ତି । ସେ ସୋମବାର ବାଂଲାଦେଶ ଫେରିବାର ଥିଲା । ମାତ୍ର ମଙ୍ଗଳବାର ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking