ବାଲିଗୁଡ଼ା : ବାଲିଗୁଡ଼ା ସହରରେ ଥିବା ବହୁ ପୁରାତନ ବିଦ୍ୟାଳୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନୁଆସାହି(କେଜିଭିପି) ବିଦ୍ୟାଳୟରେ ପାଚେରି ଭଙ୍ଗାକୁ ନେଇ ଉତ୍ତେଜନା ଦେଖାଦେଇଛି । ଏନେଇ ସ୍ଥାନୀୟ ବାସିନ୍ଦା ଜାତୀୟ ରାଜପଥ ଅବରୋଧ କରି ବସି ରହିଥିଲେ । ଫଳରେ ଦୀର୍ଘ ୧୧ ଘଣ୍ଟା ଧରି ଜାତୀୟ ରାଜପଥରେ ଜାନବାହାନ ଚଳାଚଳ ଠପ୍ ହୋଇଯାଇଥିଲା । ଉଭୟ ପାଶ୍ୱର୍ରେ ଶହ ଶହ ଗାଡ଼ି ଅଟକି ରହିଥିଲା । ପ୍ରଶାସନ ପକ୍ଷରୁ ବୁଝାସୁଝା ପ୍ରତିଶ୍ରୁତି ପରେ ଦୀର୍ଘ ସମୟ ପରେ ଆନ୍ଦୋଳନ ପ୍ରତ୍ୟାହୃତି ହୋଇଥିଲା ।
ପ୍ରକାଶ ଯେ ସହରରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନୂଆସାହି(କେଜିଭିପି) ବିଦ୍ୟାଳୟ ପରିସରରେ ଥିବା କିଛି ଜମି
ଗୁଣ୍ଡିଚା ଦାସଙ୍କ ନାମରେ ଥିବା ତାଙ୍କ ପରିବାର ଅଭିଯୋଗ କରି ଆସୁଥିଲେ । ଏହାକୁ ନେଇ ବିଦ୍ୟାଳୟ କମିଟି ଓ ଗୁଣ୍ଡିଚା ଦାସଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ମାମଲା ଉଚ୍ଚ ନ୍ୟାୟାଳୟରେ ରୁଜୁ ହୋଇଛି । ଗୁଣ୍ଡିଚା ଦାସ ମାମଲା ଜିତିଥିବା କହି ଗତକାଲି କାହାକୁ ନଜଣାଇ ପୁଲିସଙ୍କ ଉପସ୍ଥିତିରେ ପାଚେରିର ଗୋଟିଏ ପାଖକୁ ଜେସିପି ଦ୍ୱାରା ଭାଙ୍ଗି ଦେଇଥିଲେ । ନୂଆସାହି ବାସିନ୍ଦା ଓ ବିଦ୍ୟାଳୟ ପରିଚାଳନା କମିଟି ଜାଣିବା ପରେ ପାଚେରି ଭଙ୍ଗାକୁ ନେଇ ଅଞ୍ଚଳରେ ଅସନ୍ତୋଷର ବାତାବରଣ ଖେଳିଯାଇଥିଲା ।
ବିଦ୍ୟାଳୟ ପରିସରରେ କସ୍ତୁରୁବା ହଷ୍ଟେଲର ୧୦୦ ଜଣ ଛାତ୍ରୀ ରହୁଛନ୍ତି । ପାଚେରି ଭାଙ୍ଗିବା ଦ୍ୱାରା ବିଦ୍ୟାଳୟଟିପୁରା ଖୋଲାମେଲା ହୋଇଯାଇଛି । ଏନେଇ ଆଜି ସକାଳୁ ଗ୍ରାମବାସୀ ଏକତ୍ରୀତ ହୋଇ ବିଦ୍ୟାଳୟ ସମ୍ମୁଖରେ ଯାଇଥିବା ୫୯ ନଂ ଜାତୀୟ ରାଜପଥକୁ ଅବୋରଧ କରି ରାସ୍ତା ଉପରେ ମହିଳା ଓ ପୁରୁଷ ବସି ରହିଥିଲେ । ବିଦ୍ୟାଳୟ ପାଚେରି କିଭଳି ତହସିଲଦାର କିମ୍ବା ରାଜସ୍ୱ ବିଭାଗର ଅଜାଣତରେ ଭଙ୍ଗାଗଲା ବୋଲି ପ୍ରଶ୍ନ କରିଥିଲେ । କିଛି ସମୟ ପରେ ତହସିଲଦାର ଶଶାଙ୍କ ଶେଖର ପାତ୍ର ଓ ଉପଖଣ୍ଡ ଆରକ୍ଷୀ ଅôକାରୀ ଜିଆର ରାଘେବେନ୍ଦ୍ର ଘଟଣା ସ୍ଥଳରେ ପହଞ୍ôଚ ବିକ୍ଷୋଭକାରୀଙ୍କୁ ବୁଝାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ ।
ସଂନ୍ଧ୍ୟା ୪ରେ ବିକ୍ଷୋଭ ସ୍ଥାନକୁ ପିଏ ଆଇଟିଡିଏ ମଧୁସୂଦନ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଏବଂ ବିଧାୟକ ଚକ୍ରମଣି କହଁର, ଉପଖଣ୍ଡ ଆରକ୍ଷୀ ଅଧିକାରୀ, ତହସିଲଦାର, ଆଇଆଇସି ବାବା ଶଙ୍କର ସରାଫ ପହଞ୍ôଚଥିଲେ । ବିକ୍ଷୋଭକାରୀଙ୍କ ଗୋଟିଏ ଟିମ ପ୍ରଶାସନ ସହ ଆଲୋଚନା କରି କେଉଁ ଆଧାରରେ ବିଦ୍ୟାଳୟ ପାଚେରି ଭାଙ୍ଗିଛନ୍ତି ଓ ସଂପୃକ୍ତ ବ୍ୟକ୍ତି ଏହି ଯାଗାକୁ କାହାଠାରୁ କିଣିଥିଲେ ତାହାର ପ୍ରମାଣପତ୍ର ସହ ତାଙ୍କରି କେଉଁ ଜାଗାଟିକୁ ଚିହ୍ନଟ କରାଯାଉ ଏବଂ ଭାଙ୍ଗିଥିବା ପାଚେରୀକୁ ଜଲଦୀ ତିଆରି କରାଯାଉ ବୋଲି ଦାବି ରଖିଥିଲେ । ଯିଏ ପାଚେରି ଭାଙ୍ଗିଛି ତାଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ହଷ୍ଟେଲ ଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଫୋର୍ସ ମୃତୟନ କରାଯାଉ ବୋଲି ଗ୍ରାମବାସୀ କହିଥିଲେ । ପ୍ରଶାସନ ତରଫରୁ ପିଏ ଓ ବିଧାୟକ ପ୍ରତିଶ୍ରୁତି ପରେ ସଂନ୍ଧ୍ୟା ୬ରେ ରାସ୍ତାରୋକରୁ ହଟିଥିଲା ।