18.1 C
Bhubaneswar
Tuesday, November 19, 2024
Homeକରୋନା ଓଡିଶାପରୀକ୍ଷା ହେବ: ମୁଖ୍ୟ ସଚିବ

ପରୀକ୍ଷା ହେବ: ମୁଖ୍ୟ ସଚିବ

ଭୁବନେଶ୍ୱର: ସ୍କୁଲ, କଲେଜ ଖୋଲିବା ସହ ପରୀକ୍ଷା ହେବ ବୋଲି କହିଛନ୍ତି ମୁଖ୍ୟ ସଚିବ । କେଜିରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ପ୍ରମୋସନ ପରୀକ୍ଷା ହେବ । ଏକାଦଶରୁ ଦ୍ୱାଦଶ ଯିବାକୁ ବି କ୍ଲାସ ପ୍ରମୋସନ ପରୀକ୍ଷା ହେବ । ଉଭୟ ପରୀକ୍ଷା କ୍ଲାସରୁମ ଆସେସମେଣ୍ଟ ମାର୍କ ଅନୁସାରେ କରାଯିବ । ଦଶମ ଏବଂ ଦ୍ୱାଦଶ ପରୀକ୍ଷା ସେମାନଙ୍କ ବୋର୍ଡ ଆୟୋଜନ କରିବେ । ଉଚ୍ଚଶିକ୍ଷା ଅନୁଷ୍ଠାନ ପୂର୍ବ ଗାଇଡଲାଇନ ଅନୁସାରେ ପରୀକ୍ଷା କରିବେ ।
ଅନ୍ୟପଟେ ଦୀର୍ଘ ୨ ବର୍ଷ ପରେ ସ୍କୁଲ ଦେଖିବେ ସାନ ପିଲା । ଦୁଇ ବର୍ଷର ବ୍ୟବଧାନ ପରେ ସପ୍ତମ ଶ୍ରେଣୀ ପିଲା ସ୍କୁଲ ଯିବେ । ଆସନ୍ତା ୧୪ ତାରିଖରେ କେଜିରୁ ସପ୍ତମ ପର୍ଯ୍ୟନ୍ତ ସ୍କୁଲ ଖୋଲିବ । କୋଭିଡ ପାଇଁ ଦୀର୍ଘ ୨ ବର୍ଷ ହେଲା ସ୍କୁଲ ଯାଇପାରୁନଥିଲେ ସାନ ପିଲା । କେବଳ ଅଷ୍ଟମରୁ ଉର୍ଦ୍ଧ୍ୱ ଶ୍ରେଣୀ ପିଲା କିଛି ଦିନ ସ୍କୁଲ ଯାଇପାରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking