19.1 C
Bhubaneswar
Saturday, November 23, 2024
Homeଓଡିଶାପରୀକ୍ଷା ପୂର୍ବରୁ ଭାଇରାଲ ପ୍ରଶ୍ନପତ୍ର : ଛାତ୍ରଛାତ୍ରୀ ହେଲେ ଖୁସି

ପରୀକ୍ଷା ପୂର୍ବରୁ ଭାଇରାଲ ପ୍ରଶ୍ନପତ୍ର : ଛାତ୍ରଛାତ୍ରୀ ହେଲେ ଖୁସି

ଭୁବନେଶ୍ୱର  : ଆଜି ଦଶମ ଶ୍ରେଣୀର ଫର୍ମେଟିଭ୍ ୪ର ଗଣିତ ପରୀକ୍ଷା । ହେଲେ ପରୀକ୍ଷାର ଯଥେଷ୍ଟ ପୂର୍ବରୁ ପ୍ରଶ୍ନପତ୍ର ସହିତ ଉତ୍ତର ଘୁରି ବୁଲୁଛି ମୋବାଇଲରେ। ଖାଲି ଗଣିତ ନୁହେଁ ପରୀକ୍ଷା ଆରମ୍ଭର ଯଥେଷ୍ଟ ପୂର୍ବରୁ ସମସ୍ତ ବିଷୟର ପ୍ରଶ୍ନ ଓ ଉତ୍ତର ସମୀକ୍ଷା କରାଯାଇଛି ଏକ ୟୁଟ୍ୟୁବ୍ ଚ୍ୟାନେଲରେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ପରୀକ୍ଷା ପୂର୍ବରୁ କିପରି ଲିକ୍ ହେଲା ପ୍ରଶ୍ନପତ୍ର ? ଖାଲି ପ୍ରଶ୍ନପତ୍ର ନୁହେଁ ତା ସହିତ ଉତ୍ତରର ସମୀକ୍ଷା ରିପୋର୍ଟ ମଧ୍ୟ ବହୁ ଆଗରୁ ୟୁଟ୍ୟୁବ୍ ରେ କିପରି ଉପଲବ୍ଧ ହେଲା । ଏଣୁ ଫରମେଟିଭ୍ ୪ ପ୍ରଶ୍ନର ଗୋପନୀୟତାକୁ ନେଇ ଉଠିଛି ପ୍ରଶ୍ନ । ପ୍ରଶ୍ନପତ୍ର ଲିକ ହେବା ପରେ ପରୀକ୍ଷା କରାଯିବାର ସ୍ବଚ୍ଛତା ଉପରେ ଲାଗିଛି କାଳିମା। ଏପରି ଦାୟିତ୍ବହୀନ ପରୀକ୍ଷା କରାଯିବା କାରଣକୁ ନେଇ ବୁଦ୍ଧିଜୀବୀମାନେ ମାଧ୍ୟମିକ ଶିକ୍ଷା ବିଭାଗ ବିରୋଧରେ ଲଗାଇଛନ୍ତି ଆରୋପ । ମାଧ୍ୟମିକ ଶିକ୍ଷା ବିଭାଗ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଥିବା ହୋଇଛି ଅଭିଯୋଗ ।

ଏହି ପରୀକ୍ଷାକୁ ଭିତି କରି ମାଧ୍ୟମିକ ଶିକ୍ଷା ପରିଷଦ ଛାତ୍ରଛାତ୍ରୀମାନଙ୍କର ପ୍ରତି ବିଷୟର ୧୦୦ ନମ୍ବରରୁ ୨୦ ନମ୍ବର ଏହି ପରୀକ୍ଷାରୁ ସଂଗ୍ରହ କରିବ । ଏଣୁ ସବୁ ବିଦ୍ୟାଳୟରେ ଏହି ୨୦ ନମ୍ବରର ପରୀକ୍ଷାର ମାନକୁ ନେଇ ଉପୁଜିଛି ଦ୍ବନ୍ଦ୍ବ । ଏହି ପରୀକ୍ଷା ପାଇଁ, ପ୍ରଶ୍ନ ଗୁଡିକୁ ପ୍ରତି ସ୍କୁଲ ନିଜେ ପ୍ରସ୍ତତ କରିବାକୁ ସରକାର କହିଥିଲେ | ହେଲେ ସ୍କୁଲଗୁଡିକ ପ୍ରଶ୍ନପତ୍ର ନିଜେ ନକରି ଓଷ୍ଟାଠାରୁ କିଣିକି ଆଣି କରାଉଛନ୍ତି ପରୀକ୍ଷା । ଏହି ପ୍ରଶ୍ନପତ୍ରକୁ ପ୍ୟାକିଂ କରାନଯାଇ ପରିବା ଭଳି ଖୋଲାମେଲାରେ ସ୍କୁଲକୁ ପହଞ୍ଚା ଯାଉଛି | ଏସବୁ ଅବ୍ୟବବସ୍ଥାର ତଦନ୍ତ କରାଯିବାକୁ କେନ୍ଦ୍ରାପଡା ଜିଲ୍ଲା ଓଷ୍ଟାର ପୂର୍ବତନ ସଭାପତି ତପନ କୁମାର ସିଂହ ଦାବି କରିଛନ୍ତି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking