18.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶୟୁପିର ପୂର୍ବତନ ମନ୍ତ୍ରୀଙ୍କୁ ୧୫ ବର୍ଷ ଜେଲ୍‌

ୟୁପିର ପୂର୍ବତନ ମନ୍ତ୍ରୀଙ୍କୁ ୧୫ ବର୍ଷ ଜେଲ୍‌

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଏକ ଏମ୍‌ପି/ଏମଏଲଏ କୋର୍ଟ ଦୁଷ୍କର୍ମ ଅଭିଯୋଗରେ ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟ ମିଶ୍ରଙ୍କୁ ୧୫ ବର୍ଷ ଜେଲ୍ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏଥିସହିତ ତାଙ୍କ ଉପରେ ୧.୧ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଛି । ଏହି ଅର୍ଥର ୫୦ ପ୍ରତିଶତ କ୍ଷତିପୂରଣ ବାବଦରେ ଦୁଷ୍କର୍ମ ପୀଡିତାଙ୍କୁ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଅଭିଯୋଗ ଅନୁଯାୟୀ ନିର୍ବାଚନ ପ୍ରଚାରରେ ସହାୟତା କରିବାକୁ ୨୦୧୪ରେ ବିଜୟ ଜଣେ ମହିଳାଙ୍କୁ ନିଯୁକ୍ତ କରିଥିଲେ । ପରବର୍ତ୍ତୀ ସମୟରେ ବିଜୟ ଉକ୍ତ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ ବୋଲି ମହିଳା ଜଣକ ୨୦୨୦ରେ ଏତଲା ଦାଏର କରିଥିଲେ । ଭଦୋଇ ଜିଲ୍ଲାର ଜ୍ଞାନପୁର ଆସନରୁ ବିଜୟ ଚାରିଥର ବିଧାୟକ ନିର୍ବାଚିତ ହୋଇସାରିଛନ୍ତି । ତାଙ୍କ ବିରୋଧରେ ମୋଟ ୮୩ଟି ଅପରାଧିକ ମାମଲା ବିଚାରାଧୀନ ଥିବାବେଳେ ସେ ବର୍ତ୍ତମାନ ଆଗ୍ରା ଜେଲ୍‌ରେ ଅବସ୍ଥାନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking