29.1 C
Bhubaneswar
Sunday, October 6, 2024
Homeଦେଶ ବିଦେଶଗୁଜରାଟର ପୂର୍ବତନ ମନ୍ତ୍ରୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ

ଗୁଜରାଟର ପୂର୍ବତନ ମନ୍ତ୍ରୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ

ଅହମ୍ମଦାବାଦ: ୨୦୧୪ରେ ଘଟିଥିବା ଏକ ଦୁର୍ନୀତି ମାମଲାରେ ଗୁଜରାଟର ଏକ ଅଦାଲତ ଗୁରୁବାର ପୂର୍ବତନ ମନ୍ତ୍ରୀ ବିପୁଲ ଚୌଧୁରୀଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ତାଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏହି ମାମଲାରେ ବିପୁଲଙ୍କ ସମେତ ଅନ୍ୟ ୧୪ ଜଣଙ୍କୁ ମଧ୍ୟ ଦୋଷୀସାବ୍ୟସ୍ତ କରାଯାଇଛି ।

୫୭ ବର୍ଷୀୟ ବିପୁଲ ୧୯୯୦ରେ ତତ୍କାଳୀନ କେଶୁଭାଇ ପଟେଲ ସରକାରରେ ମନ୍ତ୍ରୀଭାବେ କାର୍ଯ୍ୟ କରୁଥିଲେ । ପରବର୍ତ୍ତୀ ସମୟରେ ସେ କଂଗ୍ରେସକୁ ଲମ୍ଫପ୍ରଦାନ କରି ଶଙ୍କର ସିଂହ ୱାଘେଲାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ । ୨୦୦୫ରୁ ୨୦୧୬ ପର୍ଯ୍ୟନ୍ତ ବିପୁଲ ଗୁଜରାଟ କୋ-ଅପରେଟିଭ୍ ମିଲ୍‌କ ମାର୍କେଟିଂ ଫେଡେରେସନ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଥିବାବେଳେ ୭୫୦ କୋଟି ଟଙ୍କାର ଦୁର୍ନୀତି ଲୋକଲୋଚନକୁ ଆସିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking