32.1 C
Bhubaneswar
Tuesday, October 22, 2024
Homeଓଡିଶାପୂର୍ବତନ ଆଇଏଏସ୍ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲଦଣ୍ଡ

ପୂର୍ବତନ ଆଇଏଏସ୍ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲଦଣ୍ଡ

ଭୁବନେଶ୍ୱର: ଓଡ଼ିଶା ଗ୍ରାମୀଣ ଗୃହ ଉନ୍ନୟନ ନିଗମ (ଓଆରଏଚ୍‌ଡିସିି)ରେ ହୋଇଥିବା ଦୁର୍ନୀତିର ରାୟ ଶୁଣାଇଛନ୍ତି ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ । ଏହି ଦୁର୍ନୀତର ମୁଖ୍ୟ ଅଭିଯୁକ୍ତ ବହିଷ୍କୃତ ଆଇଏଏସ୍ ଅଫିସର ବିନୋଦ କୁମାରଙ୍କ ସମେତ ଏଥିରେ ସାମିଲ ଥିବା ଅନ୍ୟ ୪ ଜଣ ‘ଓଆରଏଚ୍‌ଡିସିି’ର ପୂର୍ବତନ କମ୍ପାନୀ ସେକ୍ରେଟାରି ସ୍ୱସ୍ତି ରଞ୍ଜନ ମହାପାତ୍ର, ପୂର୍ବତନ ଆକାଉଣ୍ଟ ଅଫିସର ପ୍ରଦୀପ କୁମାର ରାଉତ, ପୂର୍ବତନ ଲୋନ ଅଫିସର ସତ୍ୟପ୍ରକାଶ ବେହେରା ଓ ଆସିଷ୍ଟାଣ୍ଟ ସିଷ୍ଟମ ଆନାଲିଷ୍ଟ ଜନେନ୍ଦ୍ର ସ୍ୱାଇଁଙ୍କୁ ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର ଲେଖାଏ ଜୋରିମନା ଶୁଣାଇଛନ୍ତି ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ । ଅଭିଯୁକ୍ତମାନେ ‘ଓଆରଏଚ୍‌ଡିସି’ ଦ୍ୱାରା ଏକ ବିଲ୍ଡର ସଂସ୍ଥାକୁ ଅନୁଚିତ ଅନୁଗ୍ରହ ଦେଖାଇ ଜାଲ୍ କାଗଜପତ୍ର ପ୍ରସ୍ତୁତ କରିି ଗରିବ ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ଦେବା ମାମଲାରେ ଗୁରୁବାର ରାୟ ପ୍ରକାଶ ପାଇଛି । ତାସହ ଯଦି ୫୦ ହଜାର ଟଙ୍କା ଜୋରିମନା ନଦିଅନ୍ତି ଚାହେଲେ ଅଧିକ ୬ମାସ ଜେଲଦଣ୍ଡ ଭୋଗିବାକୁ ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟର ବିଚାରପତି ସତ୍ୟ ନାରାୟଣ ଷଡ଼ଙ୍ଗୀ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking