ଜୋହାନସ୍ବର୍ଗ : ଦକ୍ଷିଣ ଆଫ୍ରିକାର ରାଜଧାନୀ ଜୋହାନସ୍ବର୍ଗ ନିକଟରେ ଗୋଟିଏ ଘର ରହିଛି । ଏହା ଓଲଟା ଘର ଭାବେ ବେଶ୍ ଲୋକ ପ୍ରିୟ । ଯିଏ ବି ଏହି ଘରକୁ ଦେଖେ ଦଣ୍ଡେ ଛିଡା ହୋଇ ଘରକୁ ଆନାଇ ରହେ । ଅନେକ ଫଟୋ ଉଠାଇବା ସହ ସେଲଫି ବି ନେଇଥାଆନ୍ତି।
ଜୋହାନସ୍ବର୍ଗ ନିକଟରେ ରହିଛି ହାର୍ଟେବୀସଟ୍ପୁର୍ଟ । ଏହି ଘରର ନିର୍ମାଣ ଶୈଳୀ ଖାଲି ଓଳଟା ନୁହେଁ , ଘର ଭିତରେ ସୋଫା ଓ ଅନ୍ୟାନ୍ୟ ସାମଗ୍ରୀକୁ ଛାତରୁ ଓଲଟାଇ ରଖାଯାଇଛି । ଏହା ପୃଥିବୀର ମାଧ୍ୟାକର୍ଷଣ ଶକ୍ତିରୁ ଯେପରି ଓଲଟି ରହିଛି ସେପରି ଜଣା ପ଼ଡୁଛି । ଏହାର ରୋଷାଇ ଘର ବି ଓଲଟା ।
ପ୍ରତିଦିନ ଅନେକ ଲୋକ ଏହି ଘରକୁ ଦେଖିବା ପାଇଁ ଆସିଥାଆନ୍ତି। ସୋମବାରରୁ ଶନିବାର ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କୁ ଏହି ଘର ଦେଖିବାକୁ ମିଳିଥାଏ । ଏହି ଘର ଭିତର ଦେଖିବା ପାଇଁ ଭାରତୀୟ ମୁଦ୍ରାରେ ୪୧୫ ଟଙ୍କା ଆଦାୟ କରାଯାଇଥାଏ । ଶିଶୁମାନଙ୍କୁ ମାଗଣାରେ ବୁଲିବା ପାଇଁ ଦିଆଯାଇଥାଏ ।