32.1 C
Bhubaneswar
Saturday, October 19, 2024
Homeଓଡିଶାପ୍ରତି ଦୁଇରୁ ଅଢେଇ ଘଣ୍ଟାରେ ଜଣେ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି

ପ୍ରତି ଦୁଇରୁ ଅଢେଇ ଘଣ୍ଟାରେ ଜଣେ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି

ଭୁବନେଶ୍ୱର: ରାଜ୍ୟରେ ମହିଳା ସଶକ୍ତିକରଣ ପାଇଁ ଅନେକ କାର୍ଯ୍ୟକ୍ରମ ଓ ଯୋଜନା ମାନ କରାଯାଉଛି । ହେଲେ ସେମାନଙ୍କ ନିରାପତ୍ତା ଦିଗରେ ସେତେଟା ଗୁରୁତ୍ୱ ବହନ କରୁଥିବା ଦେଖାଯାଉଛି । ପ୍ରତି ୨ରୁ ଅଢେଇ ଘଣ୍ଟା ମଧ୍ୟରେ ଜଣେ ମହିଳା ଦୁଷ୍କର୍ମ ଏବଂ ଯୌତୁକ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ସେମାନଙ୍କ ନିରାପତ୍ତା ଏବେ ଅଧିକ ଜରୁରୀ ହୋଇପଡିଛି । ମହିଳାମାନଙ୍କ ସଶକ୍ତିକରଣ କଥାକୁ ଖାଲି ଏକପାକ୍ଷିଆ ଭାବେ ଦେଖାଗଲେ ବା କିଛି ଯୋଜନା କରି ଋଣ ଓ ଆର୍ଥୀକ ସହାୟତା ଯୋଗୋଇ ଦେଲେ ଯଥେଷ୍ଟ ହେବନାହିଁ । ସେମାନଙ୍କ ନିରାପତ୍ତା ସବୁଠାରୁୁ ଅଧିକ ଗୁରୁତ୍ୱ ବହନ କରୁଛି । ମହିଳାମାନଙ୍କ ନିରାପତ୍ତା ବିପନ୍ନ ଥିବା ନେଇ ସରକାରଙ୍କ ତଥ୍ୟରୁ ହିଁ ସର୍ତ୍ତ ହେଉଛି । ଘରୋଇ ବିଭାଗ ପକ୍ଷରୁ ଜାରୀ କରାଯାଇଥିବା ସ୍ୱେତ୍ତପତ୍ରରୁ ଏଭଳି ଉଦ୍‌ବେଗଜନକ ତଥ୍ୟ ପଦାକୁ ଆସିଛି ।

ସରକାରୀ ତଥ୍ୟ ଅନୁସାରେ ୨୦୨୨ରେ ୩୧୩୫ଟି ଦୁଷ୍କର୍ମ ମାମଲା ଘଟିଛି । ଅର୍ଥାତ ଦୈନିକ ୮ରୁ ୯ଜଣ ଦୁଷ୍କର୍ମ ମାମଲାର ଶିକାର ହେଉଛନ୍ତି । ଏଥିମଧ୍ୟରୁ ତଦନ୍ତକାରୀ ସସ୍ଥା୨୨୩୭ ମାମଲାରେ ଦୋଷାରୋପ ଫର୍ଦ୍ଧ ବା ଚାରସିଟ୍ ଦାଖଲ କରିବାରେ ଅବଶିଷ୍ଟ ମାମଲାରେ ମହିଳାଙ୍କୁ ନ୍ୟାୟ ଦିଆଯାଇ ପାରିନାହିଁ । ସେହିପରି ୩୪୧୮ଜଣ ମହିଳା ଯୌତୁକ ଜନିତ ନିର୍ଯ୍ୟାତନାର ଶିକାର ହେଉଛନ୍ତି ଅର୍ଥାତ ଦନିକୁ ୯ଜଣ ମହିଳାଙ୍କୁ ଯୌତୁକ ନିର୍ଯ୍ୟାତନା ଶିକାର ହେବାକୁ ପଡୁଛି । ଆହୁରି ଉଦବେଗ୍ ଜନିତ କଥା ହେଉଛି ଅଣଯୌତୁକ ନିର୍ଯ୍ୟାତନାରେ ହାରାହାରୀ ପ୍ରତି ଘଣ୍ଟାଏ କିମ୍ବା ଦେଢଘଣ୍ଟା ଭିତରେ ଜଣେ ମହିଳାଙ୍କୁ ଅଣଯୌତୁକ ନିର୍ଯ୍ୟାତନାର ଶିକାର ହେବାକୁ ପଡୁଛି । ଗତବର୍ଷ ୩୯୨୫ଜଣ ମହିଳା ନିର୍ଯ୍ୟାତନାର ଶିକାର ହେଉଛନ୍ତି । ଯୌତୁକ ଏବଂ ଅଣଯୌତୁକ କଥା ଦେଖିଲେ ଦିନକୁ ୨୦ଜଣ ମହିଳା ନିର୍ଯ୍ୟାତନାର ଶିକାର ହେଉଛନ୍ତି । ୭୩୪୩ଜଣ ମହିଳା ଘରୋଇ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ରାଜ୍ୟର ଅପରାଧ ହାର ଦେଖିଲେ ଉଦବେଗ୍ ଜନିତ ରହିଛି । ଦୈନିକ ଦଶରୁ ଉର୍ଦ୍ଧ ହତ୍ୟା ଘଟଣା ଘଟୁଛି । ଚୋରି ୪୦ରୁ ଉର୍ଦ୍ଧ ହେଉଛି । ପ୍ରତି ଦେଢଘଣ୍ଟାରେ ଜଣେ ଠକେଇର ଶିକାର ହେଉଛି ।

ଦୁର୍ଘଟଣା ବି ରାଜ୍ୟରେ କିଛି କମ୍ ନାହିଁ । ପ୍ରତି ଅଧଘଣ୍ଟାରୁ ୪୫ମିିନିଟ ଗୋଟିଏ ଦୁର୍ଘଟଣା ହେଉଛି । ଦିନକୁ ହାରାହାରୀ ୩୨ଟି ଦୁର୍ଘଟଣା ହେଉଛି । ଦଙ୍ଗା ଘଟଣା ବି କିଛି କମ୍ ନୁହେଁ । ଗତବର୍ଷ ୨୧୭୨ଟି ଦଙ୍ଗା ଘଟଣା ରେର୍କଟ କରାଯାଇଛି । ୧ଲକ୍ଷ ୭୯ହଜାର ୭୩୫ଟି ଘତବ୍ୟ ଅବରାଧ ମାମଲା ଗତବର୍ଷ ରୁଜୁ ହୋଇଥିବା ସରକାର ସ୍ୱିକାର କରିଛନ୍ତି । ଏଭଳି ଦେଖିଲେ ରାଜ୍ୟରେ ଅପରାଧ ସ୍ଥିତି ଉଦ୍‌ବେଗଜନିତ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking