31.1 C
Bhubaneswar
Friday, September 20, 2024
Homeଓଡିଶାହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଖୋଲିପାରୁନି ଲ’ କଲେଜ

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଖୋଲିପାରୁନି ଲ’ କଲେଜ

କଟକ: ଜଗଜୀବନ ରାମ ଲ’ କଲେଜ ଦୀର୍ଘ ବର୍ଷ ଧରି କୌଣସି କାରଣରୁ ବନ୍ଦ ହୋଇଯାଇଥିଲା ବେଳେ କଲେଜ କର୍ତ୍ତୃପକ୍ଷ ଏହାକୁ ଖୋଲିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କଲେଜକୁ ପୁନଃ ଖୋଲିବା ନିମନ୍ତେ ହାଇକୋର୍ଟ ଅନୁମତି ଦେଇଥିଲାବେଳେ କଲେଜ ଜାଗାଟିରେ ଜୋର ଜବରଦସ୍ତି ଜନୈକ ବ୍ୟକ୍ତି ଏକ ଇଂରାଜୀ ମାଧ୍ୟମ ସ୍କୁଲ ଚଳାଉଥିବାରୁ କଲେଜ କର୍ତ୍ତୃପକ୍ଷ ଏହାକୁ ଖୋଲିବାକୁ ଅସମର୍ଥ ହୋଇଥିବା ଜଣାଯାଇଛି । ଉକ୍ତ ଇରାଜୀ ମାଧ୍ୟମ ସ୍କୁଲଟି ୩ ବର୍ଷ ହେବ ଲ କଲେଜ କ୍ୟାମ୍ପସରେ ଚାଲୁଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱରର ଜଗଜୀବନ ରାମ କଲେଜର ନୂତନ ଗଭର୍ଣ୍ଣିଂ ବଡିକୁ ମଞ୍ଜୁର କରିବା ସହ ୨୦୨୪-୨୫ ପାଇଁ ୩୫୦ ଜଣ ଛାତ୍ରଛାତ୍ରୀଙ୍କୁ ପଢିବା ନିମନ୍ତେ ଅନୁମତି ଦିଆଯାଇଛି ।

ହେଲେ ଇଂରାଜୀ ମାଧ୍ୟମ ସ୍କୁଲର ଏହା ନିଜସ୍ୱ ଜାଗା ହୋଇନଥିବା ସତ୍ତ୍ୱେ ସିବିଏସଇ କିପରି ସ୍କୁଲକୁ ଅନୁମତି ଦେଇଛି ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏହା ଉପରେ ଲ କଲେଜ କର୍ତ୍ତୃପକ୍ଷ ସିବିଏସଇକୁ ମଧ୍ୟ ଲିଖିତ ପ୍ରତିବାଦ କରିଥିବା ଜଣାଯାଇଛି । ଏ ସଂକ୍ରାନ୍ତରେ ସ୍ଥାନୀୟ ପୁଲିସରେ କଲେଜର ଅଧ୍ୟକ୍ଷ ଅରବିନ୍ଦ ଦାସ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଘଟଣାର ଅନୁସନ୍ଧାନ ନକରି ଚୁପ୍ ବସିଯାଇଛି । ତେବେ ହାଇକୋର୍ଟଙ୍କ ଅନୁମତି ପ୍ରଦାନ ସତ୍ତ୍ୱେ କଲେଜଟି କେବେ ଖୋଲିବ ଓ ଛାତ୍ରଛାତ୍ରୀମାନେ ଆଇନ ପାଠ ପଢିବାର ସୁଯୋଗ ପାଇବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking