ନୂଆଦିଲ୍ଲୀ : ଦିୱାଲୀ ଶୁଭ ଅବସରରେ ଭାରତୀୟମାନେ ସୁନା କିଣିବାକୁ ପସନ୍ଦ କରନ୍ତି। ଏପରି ପରିସ୍ଥିତିରେ, ଯଦି ଆପଣ ମଧ୍ୟ ଏହି ଦିୱାଲୀକୁ ସୁନା ଓ ରୂପା କିଣିବାକୁ ଯାଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ଗତ କିଛି ଦିନ ହେବ ସୁନା ଓ ରୂପା ହାର କ୍ରମାଗତ ଭାବେ ହ୍ରାସ ପାଉଛି। ଆସନ୍ତୁ ଜାଣିବା ଆଜି କେଉଁ ସହରରେ ସୁନା-ରୂପା ବିକ୍ରି ହେଉଛି …ଏହି ମାସରେ ସୁନା ଓ ରୂପା ହାର ହ୍ରାସ ପାଇଛି।
ଇଣ୍ଡିଆନ୍ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ଅନୁଯାୟୀ, ୨୪ କ୍ୟାରେଟ୍ ସୁନା ଚଳିତ ମାସରେ ୧୦ ଗ୍ରାମ ପିଛା ୫୦,୦୬୨ ରୁ ୧,୭୭୬ ରୁ ଟଙ୍କା ହ୍ରାସ ପାଇଛି। ଏଥି ସହିତ ରୂପା ଏହି ମାସର ସର୍ବୋଚ୍ଚ ଦର ୬୧୦୩୪ ଟଙ୍କାରୁ ୫,୪୭୯ ଟଙ୍କା ହ୍ରାସ ପାଇ ୫୫୫୫୫ ଟଙ୍କା ହୋଇଛି। ଆଜି ୨୨ କ୍ୟାରେଟ୍ ସୁନା ମୂଲ୍ୟରେ ୧ଟଙ୍କା ହ୍ରାସ ପାଇଛି ଏବଂ ଏହା ଗୋଟିଏ ଗ୍ରାମ ପିଛା ୪୭୦୧ ଟଙ୍କାରେ ବିକ୍ରି ହେଉଛି । ୨୪ କ୍ୟାରେଟ୍ ସୁନା ୧ଟଙ୍କା ମହଙ୍ଗା ହେଇଛି ଏବଂ ଗୋଟିଏ ଗ୍ରାମ ପିଛା ୫,୧୨୯ ଟଙ୍କାରେ ବିକ୍ରି ହେଉଛି ।