17.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶଛାଡ଼ପତ୍ର ପରେ ବି ପ୍ରେମରେ ପଡିଲେ ଦୂରେଇ ଯାଇଥିବା ଦମ୍ପତି....

ଛାଡ଼ପତ୍ର ପରେ ବି ପ୍ରେମରେ ପଡିଲେ ଦୂରେଇ ଯାଇଥିବା ଦମ୍ପତି….

ବ୍ୟୁରୋ: ଅନେକ ପ୍ରେମ କାହାଣୀ ବିଷୟରେ ଶୁଣିଥିବେ । କିଛି ହୁଏତ ଆପଣଙ୍କୁ ହସାଇ ଥିବ ଆଉ କିଛି କନ୍ଦାଇ ଥିବ । ହେଲେ ବର୍ତ୍ତମାନ କିଛି ଦମ୍ପତିଙ୍କ ମଧ୍ୟରେ ଏପରି କଳହ ସୃଷ୍ଠି ହେଉଛି ଯାହାର ଶେଷ ହେଉଛି ଛାଡ଼ପତ୍ର । କିନ୍ତୁ ଆପଣ କେବେ ଭାବୁଛନ୍ତି କି ଛାଡ଼ ପତ୍ର ପରେ ଦମ୍ପତି ପ୍ରେମରେ ପଡିଛନ୍ତି ବୋଲି । ଜଣେ ଅଷ୍ଟ୍ରେଲୀୟ ଦମ୍ପତି ଛାଡପତ୍ର ପରେ ବି ପ୍ରେମରେ ପଡି ପୁଣିଥରେ ବିବାହ କରିଥିଲେ । ଯାହା ସେମାନଙ୍କ କାହାଣୀକୁ ଅଧିକ ଆକର୍ଷଣୀୟ କରିଛି । ରିପୋର୍ଟ ଅନୁଯାୟୀ, ଜାନୁଆରୀ ୨୦୦୨ ରେ ଏକ ଅନଲାଇନ୍ ଡେଟିଂ ପ୍ଲାଟଫର୍ମ ମାଧ୍ୟମରେ ଡାନିଏଲ୍ କାର୍ଟିସ୍ ଏବଂ ଟିମ୍ କାର୍ଟିସ୍ ପ୍ରତ୍ୟେକଙ୍କୁ ଭେଟିଥିଲେ । ଏହାପରେ ସେମାନେ ଡେଟ୍ କରିଥିଲେ ଓ ଭଲ ପାଇବାର ୨ ବର୍ଷ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏମିତିକି ସେମାନଙ୍କ ବିବାହ ସମୟରେ ଡାନିଏଲ୍ ଦୁଇ ପିଲାଙ୍କ ମାତା ଥିଲେ ।

ତେବେ ସେ ୨୦୧୫ ରେ ଆନୁଷ୍ଠାନିକ ଭାବରେ ଛାଡପତ୍ର ନେଇଥିଲେ ।ଡାନିଏଲଙ୍କ କହିବାନୁସାରେ, ପ୍ରେମ ଉଭୟଙ୍କ ମଧ୍ୟରେ ସର୍ବଦା ରହିଆସିଥିଲା। କିନ୍ତୁ ସେମାନେ ତାଙ୍କର ଆର୍ôଥକ ସ୍ଥିତି ଖରାପ ହେବାରୁ ଅଲଗା ହେବାକୁ ଇଚ୍ଛା କରିଥିଲେ । ଦୁହେଁ ପରସ୍ପର ସହ କଥା ହେବାକୁ ମନା କରିଦେଇଥିଲେ ଯେତେବେଳେ ସେମାନଙ୍କର ପିଲାମାନେ ବାରମ୍ବାର ତାଙ୍କୁ ମିଶାଇବାକୁ ମଧ୍ୟ ଚେଷ୍ଟା କରିଥିଲେ । ସେମାନେ ଦୁହେଁ ଅନ୍ୟ ନୂଆ ଲୋକଙ୍କୁ ଡେଟ୍ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ କିଛି ହୋଇ ନଥିଲା । ୨୦୧୭ ରେ ଟମ୍ ପୁଣି ଥରେ ଡାନିଏଲଙ୍କ ପ୍ରେମରେ ପଡ଼ିଥିଲେ । ଟମ୍ ଡାନିଏଲଙ୍କୁ କ୍ଷମା ମାଗିଥିଲେ । ପୁଣି ଥରେ ତାଙ୍କ ସହ ରହିବାକୁ କହିଥିଲେ । ସେମାନେ ପରସ୍ପରକୁ ଛାଡ଼ି ରହିବା ତାଙ୍କ ପାଇଁ ସହଜ ନଥିଲା । ତେଣୁ ୨୦୧୭ ମସିହାରେ ଦୁହେଁ ପୁଣି ଥରେ ଏକାଠି ରହିବା ପାଇଁ ନିଷ୍ପତି ନେଇଥିଲେ । ତାଙ୍କ କଥା ଜାଣିବା ପରେ ଦୁହିଁଙ୍କ ପରିବାର ମଧ୍ୟ ବେଶ ଖୁସି ଅଛନ୍ତି । କାରଣ ଦମ୍ପତି ଛାଡପତ୍ର ନ ଦିଅନ୍ତୁ ବୋଲି ଦୁହିଁଙ୍କ ପରିବାର ଚାହୁଁଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ସେମାନେ ପୁଣି ଥରେ ବିବାହ ମଧ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking