27.1 C
Bhubaneswar
Saturday, October 19, 2024
Homeବିଜିନେସ୍୨୦୨୩-୨୪ ଆର୍ôଥକବର୍ଷ ପାଇଁ ଆକଳନ; ଭାରତର ଅଭିବୃଦ୍ଧି ହାର ୫.୯%କୁ କମାଇଲା ଆଇଏମ୍‌ଏଫ୍‌

୨୦୨୩-୨୪ ଆର୍ôଥକବର୍ଷ ପାଇଁ ଆକଳନ; ଭାରତର ଅଭିବୃଦ୍ଧି ହାର ୫.୯%କୁ କମାଇଲା ଆଇଏମ୍‌ଏଫ୍‌

ୱାଶିଂଟନ: ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମଏଫ୍‌) ପକ୍ଷରୁ ଚଳିତ ଆର୍ôଥକବର୍ଷ (୨୦୨୩-୨୪) ପାଇଁ ପୂର୍ବରୁ ଧାର୍ଯ୍ୟ ହୋଇଥିବା ଭାରତର ଅଭିବୃଦ୍ଧି ହାରକୁ ୬.୧ ପ୍ରତିଶତରୁ ୫.୯ ପ୍ରତିଶତକୁ ହ୍ରାସ କରାଯାଇଛି । ଏହାସତ୍ତ୍ୱେ ଭାରତୀୟ ଅର୍ଥନୀତି ଉର୍ଦ୍ଧ୍ୱଗାମୀ ହେବାସହିତ ବିଶ୍ୱର ଅନ୍ୟତମ ଅଗ୍ରଣୀ ଅର୍ଥନୀତିଭାବେ ମାନ୍ୟତା ପାଇବ ବୋଲି ଆଇଏମଏଫ୍ ପକ୍ଷରୁ କୁହାଯାଇଛି । ଆଇଏମଏଫ୍ ପକ୍ଷରୁ ମଙ୍ଗଳବାର ପ୍ରକାଶିତ ‘ୱାର୍ଲ୍ଡ ଇକୋନୋମିକ୍ ଆଉଟଲୁକ୍‌’ ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ ୨୦୨୪-୨୫ଆର୍ôଥକବର୍ଷରେ ଭାରତର ଅଭିବୃଦ୍ଧି ହାର ୬.୮ ପ୍ରତିଶତରୁ ୬.୩ ପ୍ରତିଶତକୁ ହ୍ରାସ ପାଇବ ।

ତେବେ ଚଳିତ ଆର୍ôଥକବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ଆକଳନ ତୁଳନାରେ ଆଇଏମଏଫ୍‌ର ଆକଳନ କମ ରହିଥିବା ଜଣାପଡିଛି । ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୦୨୨-୨୩ ପାଇଁ ଅଭିବୃଦ୍ଧି ହାର ୭ ପ୍ରତିଶତ ଏବଂ ଚଳିତ ଆର୍ôଥକବର୍ଷ ପାଇଁ ୬.୪ ପ୍ରତିଶତ ଧାର୍ଯ୍ୟ କରାଯାଇଛି । ଅପରପକ୍ଷରେ ଭାରତ ସରକାରଙ୍କ ପକ୍ଷରୁ ୨୦୨୨-୨୩ ପାଇଁ ଅଭିବୃଦ୍ଧି ହାର ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ । ଆଇଏମଏଫ୍ ପକ୍ଷରୁ ଚୀନ୍‌ର ଅଭିବୃଦ୍ଧି ହାର ୨୦୨୩-୨୪ପାଇଁ ୫.୨ ପ୍ରତିଶତ ଏବଂ ୨୦୨୪-୨୫ ପାଇଁ ୪.୫ ପ୍ରତିଶତ ଆକଳନ କରାଯାଇଛି । କୋଭିଡ୍ ଏବଂ ରୁଷ୍‌-ୟୁକ୍ରେନ୍ ଯୁଦ୍ଧପରେ ବିଶ୍ୱ ଅର୍ଥନୀତି କ୍ରମଶଃ ସ୍ୱାଭାବିକ ଅବସ୍ଥାକୁ ଫେରୁଥିବା ଆଇଏମଏଫ୍ ପକ୍ଷରୁ କୁହାଯାଇଛି । ଚୀନ୍ ମଧ୍ୟ ନିଜର ଅର୍ଥନୀତିକୁ ସୁଦୃଢ କରିବାକୁ ଉଦ୍ୟମ ଆରମ୍ଭ କରିଛି ।

ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ଶକ୍ତି ଓ ଖାଦ୍ୟ ସେକ୍ଟରରେ ଦେଖାଦେଇଥିବା ଅବ୍ୟବସ୍ଥା କ୍ରମଶଃ ସୁଧରିବାରେ ଲାଗିଛି ବୋଲି ଆଇଏମଏଫ୍‌ର ଚିଫ୍ ଇକୋନୋମିଷ୍ଟ ପିଏରେ-ଅଲିଭର ଗୌରିଙ୍କାସ୍ କହିଛନ୍ତି । ପୁନଶ୍ଚ ବୈଶ୍ୱିକ ଆର୍ôଥକ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି କେତେକ ବିକଶିତ ରାଷ୍ଟ୍ରର ସେଣ୍ଟ୍ରାଲ ବ୍ୟାଙ୍କ (ରିଜର୍ଭ ବ୍ୟାଙ୍କ) କଡା ପଦକ୍ଷେପ ଗ୍ରହଣ କରୁଥିବାରୁ ଖୁବଶୀଘ୍ର ଏହାର ସୁଫଳ ମିଳିବ ବୋଲି ସୌରିଙ୍କାସ୍ ଆଶାବ୍ୟକ୍ତ କରିଛନ୍ତି । ସଦ୍ୟ ଆକଳନ ଅନୁଯାୟୀ ଚଳିତବର୍ଷ ବିଶ୍ୱରେ ଅଭିବୃଦ୍ଧି ହାର ୨.୮ ପ୍ରତିଶତରୁ ଅଧିକ ରହିବ ବୋଲି କୁହାଯାଇଛି । ବୈଶ୍ୱିକ ମୁଦ୍ରାସ୍ଫୀତି ୭ ପ୍ରତିଶତରୁ ୪.୯ ପ୍ରତିଶତକୁ କମିବ ଏବଂ ଆମେରିକା ଓ ଚୀନ୍ ସମେତ ଅଧିକାଂଶ ୟୁରୋପୀୟ ରାଷ୍ଟ୍ର ଏହି ମୁଦ୍ରାସ୍ଫୀତିର ପରିଣାମ ଅଧିକ ଭୋଗୁଥିବା ଆଇଏମଏଫ୍ ପକ୍ଷରୁ କୁହାଯାଇଛି । ଅପରପକ୍ଷରେ ବିକାଶଶୀଳ ରାଷ୍ଟ୍ରଗୁଡିକର ଅର୍ଥନୀତି ସୁଦୃଢ ହେଉଥିବା ଲକ୍ଷ୍ୟ କରାଯାଇଛି । ଆର୍ôଥକ ଅସ୍ଥିରତା ଉପୁଜିଥିବାବେଳେ ବିକଶିତ ରାଷ୍ଟ୍ରର ଅର୍ଥନୀତିଜ୍ଞମାନେ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିବାକୁ ଆଇଏମଏଫ୍ ପକ୍ଷରୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking