21.1 C
Bhubaneswar
Monday, December 8, 2025
Homeଦେଶ ବିଦେଶଇପିଏଫ ପେନସନ ୨୫୦୦କୁ ବଢିବ !

ଇପିଏଫ ପେନସନ ୨୫୦୦କୁ ବଢିବ !

ନୂଆଦିଲ୍ଲୀ:  କର୍ମଚାରୀ  ଭବିଷ୍ୟନିଧି ପାଣ୍ଠି ସଂଗଠନର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ  ବୈଠକ ଆସନ୍ତା ମାସରେ  ବସିବ ।   ସେଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ  ଆଲୋଚନା ହେବ ।  ସବୁଠୁ ବଡ ପ୍ରସଙ୍ଗ ହେଉଛି ।  ସର୍ବନିମ୍ନ  ପେନସନକୁ ବର୍ତ୍ତମାନର ୧୦୦୦ ଟଙ୍କାରୁ  ବଢାଇ ୧୫୦୦ ଟଙ୍କା  କିମ୍ବା ୨୫୦୦ ଟଙ୍କା କରିବା । ଯଦି ସେହି ପ୍ରସ୍ତାବକୁ ଅନୁମୋଦନ ମିଳିବ  ତେବେ ଇପିଏଫଓର କୋଟି କୋଟି ପେନସନଭୋଗୀ ଉପକୃତ ହେବେ । ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ  ଅକ୍ଟୋବର ୧୦-୧୧ରେ ସିବିଟି ବୈଠକ  ବସିବ । ସରକାର ଚାହୁଁଛନ୍ତି ଇପିଏଫଓର ୮ କୋଟି  ସଦସ୍ୟଙ୍କ ହାତରେ  ଦୀପାବଳି ପୂର୍ବରୁ  ଖର୍ଚ୍ଚ କରିବା ଲାଗି ଅଧିକ ଟଙ୍କା ପହଞ୍ଚାଇବା । ସେଥିପାଇଁ ସର୍ବନିମ୍ନ ପେନସନରେ ୫୦୦ କିମ୍ବା ୧୫୦୦ ଟଙ୍କାର ବୃଦ୍ଧି ଉପରେ ବୈଠକରେ ବିଚାର କରାଯିବ । ସର୍ବନିମ୍ନ ପେନସନ ବଢାଇବା  ଲାଗି  ଶ୍ରମିକ  ସଂଗଠନଗୁଡିକୁ ବହୁଦିନରୁ ଦାବି କରୁଛନ୍ତି ।  ଏହା ବ୍ୟତୀତ  ଇପିଏଫଓ ଖୁବଶୀଘ୍ର ଏହାର ଡିଜିଟାଲ ସେବାର  ତୃତୀୟ ସଂସ୍କରଣ  ଆରମ୍ଭ କରିବା ।

ସେଥିରେ ଏଟିଏମରୁ ଟଙ୍କା ଉଠାଇବା, ଡିଜିଟାଲ ମାଧ୍ୟମରେ ଅପଡେଟ କରିବା, ଶୀଘ୍ର ଦାବିର ପ୍ରକ୍ରିୟାକରଣ  ଆଦି ସୁବିଧା ରହିବ ।  ସଦସ୍ୟମାନେ  ୟୁଏଏନକୁ ସକ୍ରିୟ  କରି ଏବଂ  ଆଧାରକୁ ଖାତା ସହ ଯୋଡି  ଏଟିଏମରୁ ଟଙ୍କା ଉଠାଇପାରିବେ ।  ଏଥିପାଇଁ ଇପିଏଫଓ ତରଫରୁ  ଏକ ସ୍ୱତନ୍ତ୍ର ଏଟିଏମ କାର୍ଡ ଜାରି କରାଯିବ ଯାହା ପିଏଫ ଖାତା ସହ ସଂଯୁକ୍ତ ରହିବ ।  ଏଥି ସହିତ ୟୁପିଆଇ ଜରିଆରେ ଟଙ୍କା ଉଠାଣ ସୁବିଧା ଉପରେ ମଧ୍ୟ ବିଚାର କରାଯାଉଛି ।  ପିଏଫ ଉଠାଣ ନିୟମ ଅନୁସାରେ ଚାକିରି ଚାଲିଯିବା ପରିସ୍ଥିତିରେ ସଦସ୍ୟମାନେ ଗୋଟିଏ ମାସ ପରେ ପିଏଫ ଖାତାରେ  ଥିବା ୭୫ ପ୍ରତିଶତ ରାଶି ଉଠାଇପାରିବେ ।  ଅବଶିଷ୍ଟ ରାଶିକୁ  ଦୁଇ ମାସ ପରେ ଉଠାଇ ହେବ ।  ଦେଶରେ ଦରଦାମ  ସ୍ଥିତିରେ  ହୋଇଥିବା  ବୃଦ୍ଧି ଅନୁସାରେ ଇପିଏଫଓର  ସର୍ବନିମ୍ନ  ୧୦୦୦ ଟଙ୍କାର  ପେନସନରେ ଜୀବନ ବିତାଇବା ଲାଗି ଅତ୍ୟନ୍ତ  କମ ବୋଲି ବିଚାର କରାଯାଉଛି ।  ବିଶେଷ କରି କେତେକ ସରକାରୀ ଯୋଜନାରେ  ହିତାଧିକାରୀଙ୍କୁ ମଧ୍ୟ ଏହାଠାରୁ  ଅଧିକ ଭତ୍ତା ମିଳିଛି ।  ଯେହେତୁ ଅତୀତରେ   ପିଏଫ ଖାତାକୁ  କର୍ମଚାରୀଙ୍କ ଯୋଗଦାନ ସୀମିତ ଥିଲା, ତେଣୁ ଅନେକ ସଦସ୍ୟ ସର୍ବନିମ୍ନ ୧୦୦୦ ଟଙ୍କା ପେନସନ ପାଉଛନ୍ତି । ଏହାକୁ ବଢାଇଲେ ବହୁ ସଦସ୍ୟ ବୃଦ୍ଧାବସ୍ଥାରେ ନିଜର ଔଷଧ ଭଳି ଜରୁରୀ ଖର୍ଚ୍ଚ  ପୂରଣ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking