31.1 C
Bhubaneswar
Friday, October 18, 2024
Homeଓଡିଶାଆସନ୍ତା ୨ରେ ଦଇତାପତିଙ୍କ ଶ୍ରୀମନ୍ଦିର ପ୍ରବେଶ

ଆସନ୍ତା ୨ରେ ଦଇତାପତିଙ୍କ ଶ୍ରୀମନ୍ଦିର ପ୍ରବେଶ

ପୁରୀ : ଅନବସର ଏବଂ ରଥଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଦଇତାପତି ସେବକ, ପତି ମହାପାତ୍ର ଓ ସୁଦୁ ସୁଆର ସେବକ ମାନେ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି । ସ୍ନାନ ପୂର୍ଣ୍ଣିମା ଜୁନ ୪ ତାରିଖରେ ପଡୁଥିବା ବେଳେ ଜୁନ ୨ ତାରିଖରେ ଶ୍ରୀମନ୍ଦିରକୁ ଦଇତାପତି ସେବକ ମାନଙ୍କ ପ୍ରବେଶ ହେବ । ତେବେ ବାହୁଟ କଣ୍ଟ ଓ ସେନାପଟା ଲାଗି ଆଦି ନୀତି ସମ୍ପାଦନ କରିବେ ଦଇତାପତି ସେବକ । ସୂଚନା ଥାଉ ଯେ, ଦଇତାପତି ସେବା ଏକ ଗୋଷ୍ଠୀଗତ ସେବା ।

କିପରି ଚଳିତବର୍ଷ ଦଇତାପତି ସେବକ ମାନେ ସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ସେବା ଶାନ୍ତି ଶୃଙ୍ଖଳା ସହ ନିର୍ବାହ କରିବେ ସେଥି ନିମନ୍ତେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧକ୍ଷତାରେ ଦଇତାପତି ନିଯୋଗ ଙ୍କ ସହ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଦଇତାପତି ନିଯୋଗ ର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ଓ ଦଇତାପତି ନିଯୋଗର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିବା ବେଳେ ସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଦଇତାପତି ସେବକ ମାନଙ୍କର ବିଶେଷ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ ।

ଦଇତାପତି ମାନେ ଏହି ବୈଠକରେ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ ତାହାକୁ ସମାଧାନ କରାଯିବା ନେଇ ବିଶେଷ ଆଲୋଚନା ମଧ୍ୟ ହୋଇଥିଲା । ସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁ ହାତୀବେଷରେ ଦର୍ଶନ ଦେବେ ଭକ୍ତମାନଙ୍କୁ । ହାତୀବେଶ କୁ କିପରି ଭକ୍ତ ମାନେ ସୁରୁଖୁରେ ଦର୍ଶନ କରିବେ ସେଥି ନିମନ୍ତେ ଦଇତାପତି ମାନଙ୍କର ସହଯୋଗ ରହିବ ବୋଲି ଦଇତାପତି ନିଯୋଗ ପକ୍ଷରୁ କୁହାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking