ପ୍ରେମ କଣ ନକରାଏ । ଆପଣମାନେ ସାଧାରଣତଃ ସୁଟକେଶରେ ଲୁଗାପଟା ନେବା ଆଣିବାରେ ବ୍ୟବହାର କରୁଥିବେ । କିନ୍ତୁ ଜଣେ ପ୍ରେମିକ ନିଜ ପ୍ରେମିକାକୁ ସୁଟକେଶରେ ପୁରାଇ ହଷ୍ଟେଲକୁ ଆଣିବା କଥା ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ । ସୁଟକେଶରେ ପ୍ରେମିକାକୁ ପୁରାଇ ବଏଜ ହଷ୍ଟେଲରେ ଏଣ୍ଟ୍ରି । ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି । ଯେଉଁଥିରେ ଜଣେ ଯୁବକ ନିଜ ହଷ୍ଟେଲକୁ ଗୋଟିଏ ବଡ଼ ସୁଟକେଶ ନେଇ ପ୍ରବେଶ କରୁଛି । କିନ୍ତୁ ରୁମକୁ ଯିବା ପୂର୍ବରୁ ଅଟକାଇ ଦେଉଛନ୍ତି ହଷ୍ଟେଲର ମହିଳା ୱାର୍ଡେନ। ଆଉ ଯାଞ୍ଚ କରନ୍ତି ସୁଟକେଶକୁ । ଆଉ ସୁଟକେଶ ଖୋଲିଲା ପରେ ଭିତରୁ ବାହାରେ ଗୋଟିଏ ଝିଅ । ଯିଏକି ଯୁବକଙ୍କ ପ୍ରେମିକା । ଏହାକୁ ଦେଖି ସେଠାରେ ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ।
ତେବେ ଆପଣଙ୍କ ମନରେ ନିହାତି ପ୍ରଶ୍ନ ଆସୁଥିବ କାହିଁକି ମହିଳା ୱାର୍ଡନ ସୁଟକେଶକୁ ଯାଞ୍ଚ କଲେ । କାରଣ ହଷ୍ଟେଲ ଛାତ୍ର ନିଜ ରୁମକୁ ସୁଟକେଶ ନେଇକି ଯାଇପାରିବେ । ତେବେ ଯୁବକ ଜଣକ ସୁଟକେଶ ନେଇ ରୁମକୁ ଯିବା ବେଳେ ସୁଟକେଶ ଭିତରୁ ଅଜବ ଶଦ୍ଦ ଆସୁଥିଲା । ୱାର୍ଡନ ଜଣଙ୍କ ପଚାରିଲେ ସୁଟକେଶରେ କଣ ଅଛି । ଏଥିରେ ଭୟତୀତ ହୋଇ ଯୁବକ ଜଣଙ୍କ ଉତ୍ତର ଦେଇଥିଲେ ସୁଟକେଶରେ ତାଙ୍କର କିଛି ଲୁଗାପଟା ଓ ଜିନିଷ ଅଛି । କିନ୍ତୁ ୱାର୍ଡନଙ୍କୁ ସନ୍ଦେହ ହୋଇଥିଲା । ସେ ସୁଟକେଶକୁ ଟେକିବାକୁ ଚେଷ୍ଟା କଲେ । କିନ୍ତୁ ଓଜନ ଅଧିକ ଥିବାରୁ ଟେକିପାରିଲେ ନାହିଁ । ୱାର୍ଡନଙ୍କ ସଂଦେହ ଆହୁରି ବଢିଯାଇଥିଲା। ଆଉ ଯେତେବେଳେ ସୁଟକେଶ ଖୋଲାଯାଇଥିଲା ତାଭିତରେ ଜଣେ ଝିଅ ବସିଥିବାର ଦେଖିବାକୁ ମିଳିଲା । ପାଖରେ ଥିବା ଲୋକ ଝିଅଟିକୁ କାଢିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଝିଅ ଜଣକ ବ୍ୟାଗରୁ ବାହାରିବାକୁ ଅମଙ୍ଗ ଥିଲେ । ଭିଡିଓଟି ହରିୟାଣା ସୋନିପତ ସ୍ଥିତ ଏକ ବିଶ୍ବବିଦ୍ୟାଳୟର ବୋଲି ଦାବି କରାଯାଉଛି ।