27.1 C
Bhubaneswar
Tuesday, November 26, 2024
Homeଓଡିଶାଜାନୁଆରୀ ୩୧ ପର୍ଯ୍ୟନ୍ତ ଇଗ୍ନୋରେ ନାମଲେଖା

ଜାନୁଆରୀ ୩୧ ପର୍ଯ୍ୟନ୍ତ ଇଗ୍ନୋରେ ନାମଲେଖା

ଭୁବନେଶ୍ୱର: ବିଭିନ୍ନ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିବାକୁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଇଗ୍ନୋ) ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଅପୂର୍ବ ସୁଯୋଗ ସୃଷ୍ଟିକରିଛି । ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡ଼ିଥିବା କିମ୍ବା ଯେକୌଣସି କାରଣରୁ ଉଚ୍ଚ ଶିକ୍ଷା ପାଇବାରୁ ବଞ୍ଚିତ ହୋଇଥିବା ଯେକୌଣସି ବୟସର ବ୍ୟକ୍ତି ବିଶେଷମାନଙ୍କ ଇଗ୍ନୋରେ ସମସ୍ତ ବିଭାଗରେ ନାମଲେଖା ପ୍ରକ୍ରିୟା ୨୦୨୪ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁରହିବା ପାଇଁ ଧାର୍ଯ୍ୟ କରାଯାଇଛି । ଅଣ୍ଡର ଗ୍ରାଜୁଏଟ(ବିଏସ୍‌ସିଜି), (ବିକମ୍‌ଜି), (ବିଏଜି) ପ୍ରୋଗ୍ରାମରେ ନାମ ପଞ୍ଜିକରଣ କରିବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ଦେୟ ଏବଂ ପୁନଃ ପଞ୍ଜିକରଣ ଦେୟ ଛାଡ଼ କରାଯାଇଛି । ତେବେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଯଦି ଅନ୍ୟ କୌଣସି ସୂତ୍ରରୁ ରିହାତିର ସୁବିଧା ପାଉଥିବେ ତେବେ ସେମାନେ ଇଗ୍ନୋ ତରଫରୁ ଦିଆଯାଉଥିବା ଏହି ରିହାତି ପାଇବାକୁ ଯୋଗ୍ୟ ହେବେ ନାହିଁ । ଇଚ୍ଛୁକ ଛାତ୍ରଛାତ୍ରୀମ ଇଗ୍ନୋର ୱେବସାଇଟ ଅନୁସରଣ କରିପାରିବେ କିମ୍ବା ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ୱରକୁ ମେଲ୍ କରି ଯୋଗାଯୋଗ କରିପାରିବେ । ସବିଶେଷ ବିବରଣୀ ପାଇଁ ୦୬୭୪-୨୯୭୧୦୭୧କିମ୍ବା ୦୬୭୪-୨୩୦୧୩୪୮ନମ୍ବରରେ ଯୋଗାଯୋଗ କରିବା ପାଇଁ ଇଗ୍ନୋ ତରଫରୁ ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ଼. ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking