19.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶଜ୍ଞାନବାପୀ ମସ୍‌ଜିଦ ମାମଲା: ଆହ୍ଲାବାଦ ହାଇକୋର୍ଟରେ ଆଜି ଶୁଣାଣି

ଜ୍ଞାନବାପୀ ମସ୍‌ଜିଦ ମାମଲା: ଆହ୍ଲାବାଦ ହାଇକୋର୍ଟରେ ଆଜି ଶୁଣାଣି

ଆହ୍ଲାବାଦ: ବାରାଣସୀସ୍ଥିତ ଜ୍ଞାନବାପୀ ମସ୍‌ଜିଦ ମାମଲାର ଶୁଣାଣି ଆସନ୍ତାକାଲି ଅର୍ଥାତ ୧୫ରେ କରାଯିବ ବୋଲି ଆହ୍ଲାବାଦ ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି । ବୁଧବାର ଏହି ମାମଲାର ଶୁଣାଣି କରାଯାଇଥିଲା । ତେବେ ଜଷ୍ଟିସ ପ୍ରକାଶ ପାଦିଆ ଏହି ଶୁଣାଣିକୁ ଶୁକ୍ରବାରକୁ ସ୍ଥଗିତ ରଖିଛନ୍ତି । ୧୯୯୧ରେ ବାରାଣସୀର ଏକ ଅଦାଲତରେ ପ୍ରଥମେ ଏହି ମାମଲା ଦାଏର କରାଯାଇଥିଲା । ମସ୍‌ଜିଦ ପରିସରରେ ଥିବା ହିନ୍ଦୁ ମନ୍ଦିରଗୁଡିକର ପୁନରୁଦ୍ଧାର କରିବାକୁ ହିନ୍ଦୁ ସଂଗଠନ ପକ୍ଷରୁ ପିଟିସନରେ ଉଲ୍ଲେଖ କରାଯାଇଥିଲା ।

୨୦୨୧ ଏପ୍ରିଲ ୮ରେ କୋର୍ଟ ମସ୍‌ଜିଦ ପରିସରରେ ସର୍ଭେ କରିବାକୁ ଏକ ପାଞ୍ଚଜଣିଆ କମିଟି ଗଠନ କରିଥିଲେ । କମିଟିରେ ଦୁଇଜଣ ହିନ୍ଦୁ, ଦୁଇଜଣ ମୁସଲମାନ ଏବଂ ଜଣେ ପ୍ରତ୍ନତତ୍ତ୍ୱବିଦ୍‌ଙ୍କୁ ସାମିଲ କରାଯାଇଥିଲା । ଏହାର ପ୍ରତିବାଦରେ ମସ୍‌ଜିଦ ପରିଚାଳନା ଦାୟିତ୍ୱ ତୁଲାଉଥିବା ଅଞ୍ଜୁମନ ଇନ୍ତେଜାମିଆ କମିଟି ଆହ୍ଲାବାଦ ହାଇକୋର୍ଟର ଦ୍ୱରସ୍ଥ ହୋଇଥିଲା । ତେବେ ଇତିମଧ୍ୟରେ ବାରଣସୀ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମସ୍‌ଜିଦ ପରିସରରେ ସର୍ଭେ ଓ ଭିଡିଓଗ୍ରାଫି କାର୍ଯ୍ୟ ଶେଷ ହୋଇସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking