ମୟୁରଭଞ୍ଜ : ମହଙ୍ଗା ପଡିଲା କମ୍ପାନୀରେ ଚାକିରି ଦେବାକୁ କହି ଟଙ୍କା ଠକିକି ନେବା । ଅଭିଯୁକ୍ତକୁ ଧରିବା ପରେ ନିର୍ଧୁମ ମାଡ ମାରିବା ସହିତ ଚୂନ ବୋଳିଲେ ଲୋକ । ଏଭଳି କିଛି ଘଟଣା ଘଟିଛି ମୟରଭଞ୍ଜ କପ୍ତିପଦା ଥାନା ଛୁଇଁପୋଷି ଗାଁରେ ା ପୁଣି ଆଜି ଗ୍ରାମରେ ଆଉ ଜଣେ ମହିଳାଙ୍କ ନିକଟରୁ ଟଙ୍କା ନେବାକୁ ଆସିଥିବା ବେଳେ ଗ୍ରାମବାସୀଙ୍କ ହାବୁଡରେ ଧରାପଡିଥିଲେ । ସେଠାରେ ଠକ ଯୁବକକୁ ମାଡ ମାରିବା ସହିତ ମୁହଁରେ ଚୂନ ବୋଳିଥିଲେ । ଏଗ୍ରୋ ଫାର୍ମା କମ୍ପାନୀରେ ଚାକିରୀ କରାଇ ଦେବାକୁ କହି ବିନୋଦ ଜେନା ନାମକ ଜଣେ ଯୁବକ ଛୁଇଁପୋଷି ଗ୍ରାମର ୮ ରୁ ଅଧିକ ମହିଳାଙ୍କ ନିକଟରୁ ୨ ହଜାର ରୁ ଆରମ୍ଭ କରି ୫ ହଜାର ପର୍ୟ୍ୟନ୍ତ ଟଙ୍କା ନେଇଥିଲେ । ହେଲେ ଟଙ୍କା ନେବାର ୪ ମାସ ବିତି ଯାଇଥିଲେ ସୁଦ୍ଧା ଚାକିରୀ ଦେବା ଦୂର କଥା, ଧରା ଛୁଆଁ ଦେଇ ନ ଥିଲେ ।
କିନ୍ତୁ ଆଜି ପୁଣି ଉକ୍ତ ଗ୍ରାମର ଆଉ ଜଣେ ମହିଳାଙ୍କ ନିକଟକୁ ଟଙ୍କା ନେବାକୁ ଆସିଥିବା ବେଳେ ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ । ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଠକ ଯୁବକଙ୍କୁ ଉଦ୍ଧାର କରିଛି ।