ନୂଆଦିଲ୍ଲୀ: ଟେସ୍ଲା ସିଇଓ ଏଲନ୍ ମସ୍କଙ୍କ ସମ୍ପତ୍ତି ୨୦୦ ବିଲିଅନ ଡଲାର ଟପିଛି । ସେ ନିକଟ ଅତୀତରେ ଫ୍ରାନ୍ସର ଧନୀ ବର୍ନାର୍ଡ ଆର୍ନଲ୍ଟଙ୍କୁ ପଛରେ ପକାଇ ପିନ୍ଧିଥିଲେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମୁକୁଟ ।
ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ମସ୍କଙ୍କ ସମ୍ପତ୍ତି ଗତ ୨୪ ଘଣ୍ଟାରେ ୨.୬୦ ବିଲିୟନ ଡ଼ଲାର ବୃଦ୍ଧି ପାଇଛି । ଏହି ବୃଦ୍ଧି ସହିତ ତାଙ୍କର ମୋଟ ମୂଲ୍ୟ ୨୦୨ ବିଲିୟନ ଡ଼ଲାରରେ ପହଞ୍ଚିଛି ।
ମସ୍କଙ୍କ ଇଲେକ୍ଟ୍ରିକ୍ କାର ଟେସ୍ଲାର ସେୟାର କ୍ରମାଗତ ବୃଦ୍ଧି ପାଇବାରୁ ତାଙ୍କ ସମ୍ପତ୍ତିରେ ବୃଦ୍ଧି ଘଟିଛି । ଟେସ୍ଲା ଇଙ୍କ୍ ଷ୍ଟକ୍ ସେୟାର ପିଛା ୩.୦୬ ପ୍ରତିଶତରୁ ବଢି ୨୨୦.୫୨ ଡଲାରରେ ବନ୍ଦ ହୋଇଛି । ଗତ ଏକ ମାସ ମଧ୍ୟରେ ଟେସ୍ଲା ଷ୍ଟକ ମୂଲ୍ୟରେ ୨୮.୩୭ ପ୍ରତିଶତ ବୃଦ୍ଧି ଘଟିଛି ।