22.1 C
Bhubaneswar
Monday, December 15, 2025
Homeଓଡିଶାଜୀବନ ନେଲା ବିଦ୍ୟୁତ ତାର

ଜୀବନ ନେଲା ବିଦ୍ୟୁତ ତାର

ମୟୁରଭଞ୍ଜ :ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈହାତୀ ମୃତ । ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ନାକୀଚୁଆ ପଞ୍ଚାୟତର ରାଇସୁଳ କିଆଖାଳି ଗାଁରେ ଆଜି ଭୋର ଚାରିଟା ସମୟରେ ନାକୀଚୁଆ ଜଙ୍ଗଲରେ ଥିବା ନଅ ଟିକିଆ ଶିମିଳିପାଳ ହାତୀପଲଙ୍କ ମଧ୍ୟରୁ ଗୋଟେ ମାଈହାତୀ ବିଦ୍ୟୁତତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବାର ସୂଚନା ମିଳିଛି ।ରାସଗୋବିନ୍ଦପୁର ବନାଞ୍ଚଳ ଅଧିକାରୀ ଘନଶ୍ୟାମ ସିଂଙ୍କ ସୂଚନା ଅନୁଯାୟୀ ,ମାଈହାତୀଟିର ବୟସ ଛଅରୁ ସାତ ବର୍ଷ ଥିବାବେଳେ ଆଜି ଭୋର ଚାରିଟାରୁ ପାଞ୍ଚଟା ସମୟ ମଧ୍ୟରେ ବିଦ୍ୟୁତତାର ଝଟକା ଖାଇ ଜଣକ ବାଡ଼ିରେ ହାତୀଟି ମରିକି ପଡିଥିଲା।ତେବେ ଘଟଣାସ୍ଥଳରେ ବର୍ତ୍ତମାନ ଫୋରେଷ୍ଟର ଅଶୋକ ମାଜି ଏବଂ ରେଞ୍ଜର ଘନଶ୍ୟାମ ସିଂ ଥିବାବେଳେ ଜିଲ୍ଲା ବନ ଅଧିକାରୀ ଏ ଉମା ମହେଶ ଏବଂ ଏସ ସିଏଫ ରବିନାରାୟଣ ମହାନ୍ତି ଘଟଣାସ୍ଥଳକୁ ଆସୁଥିବାର ଶ୍ରୀ ସିଂ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking