କଳାହାଣ୍ଡି: କଳାହାଣ୍ଡି ଜିଲା ନର୍ଲା ବ୍ଳକ ବାଗପୁର ଗ୍ରାମରୁ ସୋମବାର ପୂର୍ବାହ୍ନରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏହି ଗ୍ରାମର ଗଣ୍ଠି ମାଝୀ (୬୧) ନାମକ ଜଣେ ବୃଦ୍ଧଙ୍କୁ ହାତୀ ଦଳି ଦେବାରୁ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି । ସବୁଦିନ ଭଳି ବୃଦ୍ଧ ସକାଳୁ ଗାଁ ଶେଷ ମୁଣ୍ଡରେ ରହିଥିବା ନିଜ ଜମିକୁ ଯାଇ କିଛି କାମ କରୁଥିଲେ । ଏହି ସମୟରେ ହଠାତ୍ ଏକ ହାତୀ ଆସି ତାଙ୍କୁ ଦଳି ଦେବାରୁ ଘଟଣା ସ୍ଥଳରେ ତାଙ୍କ ପ୍ରାଣ ବାୟୁ ଉଡି ଯାଇଥିଲା।ଖବର ପାଇ ଘଟଣା ସ୍ଥଳରେ ବାଗପୁର ସରପଞ୍ଚ ଗୋପାଳ ହାତୀ, ଫରେଷ୍ଟର ଭବାନୀ ନାଏକ ଓ ଫରେଷ୍ଟ ଷ୍ଟାଫ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।










