30.1 C
Bhubaneswar
Saturday, April 4, 2026
Homeଓଡିଶାଗଞ୍ଜାମ ଜିଲ୍ଲାରେ ହାତୀ ଆତଙ୍କ

ଗଞ୍ଜାମ ଜିଲ୍ଲାରେ ହାତୀ ଆତଙ୍କ

ଗଞ୍ଜାମ: ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡ ବିଗତ କିଛିବର୍ଷ ହେବ ହାତୀମାନଙ୍କ ସୁରକ୍ଷିତ ବାସସ୍ଥଳୀ ପାଲଟିଯାଇଛି। ପଡ଼ୋଶୀ ବନଖଣ୍ଡ ଅପେକ୍ଷା ଏହି ଦୁଇ ବନଖଣ୍ଡରେ ହାତୀମାନଙ୍କ ରହଣି ପାଇଁ ଉପଯୁକ୍ତ ବାସସ୍ଥଳୀ ଏବଂ ଖାଦ୍ୟ ମିଳୁଥିବା ଯୋଗୁ ହାତୀପଲ ଅନ୍ୟ ବନଖଣ୍ଡକୁ ପ୍ରାୟ ଯାଉନାହାନ୍ତି। ଏହିଭଳି ପରିସ୍ଥିତିରେ ମଙ୍ଗଳବାର ରାତିରେ ଦୁଇଟି ଦନ୍ତାହାତୀ କୁଲାଡ଼ ଗାଁ ଭିତରେ ପଶିଯାଇଥିଲେ। ଯାହାକୁ ନେଇ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଗୁରୁବାର ସୁଦ୍ଧା ଉତ୍ତର ଘୁମୁସର ବନଖଣ୍ଡରେ ୯୧ଟି ହାତୀ ଥିବାବେଳେ ଦକ୍ଷିଣ ଘୁମୁସର ବନଖଣ୍ଡରେ ୬ଟି ହାତୀ ଥିବା ଜଣାପଡ଼ିଛି। ହାତୀ ଏବଂ ମଣିଷ ଉଭୟ କିଭଳି ସୁରକ୍ଷିତ ରହିପାରିବ ସେଥିପାଇଁ ବନ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking