19.1 C
Bhubaneswar
Monday, November 18, 2024
Homeବ୍ରେକୀଙ୍ଗକର୍ଲାପାଟରେ ହାତୀ ମଡ଼କ: ଲାଗିଲା ୨୮ ଟ୍ରାପ୍ କ୍ୟାମରା

କର୍ଲାପାଟରେ ହାତୀ ମଡ଼କ: ଲାଗିଲା ୨୮ ଟ୍ରାପ୍ କ୍ୟାମରା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଘଟଣା ନେଇ କର୍ଲାପାଟ ଫରେଷ୍ଟର ଓ ୨ ଫରେଷ୍ଟ ଗାର୍ଡଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ମାସେ ପୂର୍ବରୁ ଟ୍ରାପ କ୍ୟାମେରା କାଢ଼ି ଦିଆଯାଇଥିବା ନେଇ ଖବର ପ୍ରକାଶ ପରେ ୧୬ଟି ଟ୍ରାପ କ୍ୟାମେରା ଲାଗିଥିବାବେଳେ ବୁଧବାର ଆହୁରି ୧୨ଟି ଟ୍ରାପ କ୍ୟାମେରା ଲାଗିଛି ବୋଲି ଡିଏଫ୍‌ଓ ସୂଚନା ଦେଇଛନ୍ତି । ସେହିଭଳି ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ହାତୀ ମଡ଼କ ସମୟରେ ସମ୍ବେଦନଶୀଳ ଥିବା ଯୋଗୁଁ ସମସ୍ତଙ୍କ ଛୁଟି ବାତିଲ କରାଯାଇଥିଲା । କିନ୍ତୁ ତିନି ଜଣ ଅମାନିଆ ଡାକ୍ତର ଛୁଟିରେ ରହିବା ନେଇ ରିପୋର୍ଟ ତଲବ କରାଯିବା ଘଟଣା ସାଧାରଣରେ ଆଲୋଚନା ସୃଷ୍ଟି ହୋଇଛି ।
କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଘଟଣା ନେଇ କେନ୍ଦ୍ରୀୟ ଟିମ୍ କଳାହାଣ୍ଡି ଗସ୍ତରେ ଆସି ଫେରିଯାଇଛନ୍ତି । କେନ୍ଦ୍ରୀୟ ଟିମ୍ ଯିବା ପରେ ଉଭୟ ବନ ବିଭାଗ ଓ ପ୍ରାଣୀ ସମ୍ପଦ ବିଭାଗରେ ବିଭିନ୍ନ ଘଟଣାକୁ ନେଇ ସରଗରମ ଆରମ୍ଭ ହୋଇଛି । ହାତୀ ମଡ଼କ ଘଟଣାରେ କାର୍ଯ୍ୟରେ ଅବହେଳା ନେଇ କର୍ଲାପାଟ ଫରେଷ୍ଟ ଓ ୨ ଜଣ ଫରେଷ୍ଟ ଗାର୍ଡଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ବର୍ତ୍ତମାନ ଅନ୍ୟ ହାତୀମାନଙ୍କ ଗତିବିଧି ଠାବ ପାଇଁ ଜୋର୍‌ଦାର୍ ପ୍ରୟାସ ଆରମ୍ଭ କରାଯାଇଛି । ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କାର୍ଯ୍ୟରେ ଅବହେଳା ପାଇଁ କର୍ଲାପାଟ ପଞ୍ଚାୟତର ପ୍ରାଣୀଧନ ନିରୀକ୍ଷକ ଗଣେଶ ପୂଝାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ହାତୀ ମଡ଼କ ଘଟଣା ପରେ ପ୍ରାଣୀ ସମ୍ପଦ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ପ୍ରତାପ କିଶୋର ଖମାରୀ କଳାହାଣ୍ଡି ଗସ୍ତରେ ଆସିଥିଲେ । ସେ ଆସିବା ପରେ ହାତୀ ମଡ଼କ ଯୋଗୁଁ ଜିଲ୍ଲାର ସମସ୍ତ କର୍ମରୀଙ୍କ ଛୁଟି ବାତିଲ କରିଥିଲେ । କିନ୍ତୁ ଜୁନାଗଡ଼ ବ୍ଲକ ପ୍ରାଣୀ ବିଭାଗ ଅଧ୍ୟକ୍ଷ ଡ. ପ୍ରାସନ୍ନ ଦାସ, ଅତିରିକ୍ତ ପ୍ରାଣୀ ଅଧିକାରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ ଓ ଜୟପାଟଣା ଅତିରିକ୍ତ ପ୍ରାଣୀ ଅଧିକାରୀ ଡ. ଶିବ ପ୍ରସାଦ ନାଏକ ଛୁଟିରେ ଥିଲେ । ଏହି ୩ ଅମାନିଆ ଡାକ୍ତରଙ୍କୁ ରିପୋର୍ଟ ତଲବ ପାଇଁ ଧର୍ମଗଡ଼ ଏସ୍‌ଡିଭିଓ କୈଳାସ ସାମନ୍ତଙ୍କୁ ରାଜ୍ୟ ଅତିରିକ୍ତ ନିର୍ଦ୍ଦେଶକ  ଦେଇଛନ୍ତି । ଗୋଟିଏ ପଟେ ବନ ବିଭାଗର ୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଓ ଅନ୍ୟ ପଟେ ପ୍ରାଣୀ ବିଭାଗର ୩ ଅମାନିଆ ଡାକ୍ତରଙ୍କୁ ରିପୋର୍ଟ ତଲବ ଘଟଣା ନେଇ ସାଧାରଣରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ବଡ଼ବଡ଼ିଆମାନେ ତଳିଆଙ୍କୁ ଖସାଇ ନିଜର ବାଃ ବାଃ ନେବାକୁ  କସରତ ଆରମ୍ଭ କରିଦେଇଛନ୍ତି ।  

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking