କଣ୍ଟାବାଞ୍ଜି: ବଙ୍ଗୋମୁଣ୍ଡା ରେଞ୍ଜ ସାନବାଙ୍କୀ ଗାଁରେ ହାତୀ ଆତଙ୍କ । ଘରେ ପଶି ମହିଳାଙ୍କୁ ଦଳିଦେଲା ହାତୀ । ହାତୀ ଆକ୍ରମଣରେ ସ୍ୱାମୀ ଓ ଶ୍ୱଶୁର ଆହତ ହୋଇଛନ୍ତି । ଘରେ ଶୋଇଥିବା ବେଳେ ଘରେ ପଶି କଲା ଆକ୍ରମଣ । ଏହି ଆକ୍ରମଣରେ ମହିଳା ମୃତ୍ୟୁବରଣ କରିଥିବା ବେଳେ ସ୍ୱାମୀ ଓ ଶ୍ୱଶୁର ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି । ମହିଳାଙ୍କ ମୃତ୍ୟୁ ପରେ ପରିବାର ଏବଂ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।










