ଦିଗପହଣ୍ଡି: ଦିଗପହଣ୍ଡିରେ ଘଟିଲା ଅଘଟଣ । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ହେଲେ ୧୦ ଶିଶୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଫାସିଗୁଡ଼ାରେ । ତେବେ ଗାଁରେ ନାଟକ ଚାଲିଥିବାବେଳେ, ବର୍ଷା ଯୋଗୁଁ ମଞ୍ଚ ତଳେ ଆଶ୍ରୟ ନେଇଥିଲେ ଛୋଟ ଛୋଟ ପିଲା ଏବଂ ସେହି ମଞ୍ଚ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା । ଯାହାଫଳରେ ବିଦ୍ୟୁତ ଝଟକା ଖାଇଥିଲେ କୁନି କୁନି ପିଲାମାନେ । ଅସୁସ୍ଥ ଶିଶୁଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, ପରେ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି।










