18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶ୧୦ ରାଜ୍ୟସଭା ଆସନ ପାଇଁ ଜୁଲାଇ ୨୪ରେ ନିର୍ବାଚନ

୧୦ ରାଜ୍ୟସଭା ଆସନ ପାଇଁ ଜୁଲାଇ ୨୪ରେ ନିର୍ବାଚନ

ନୂଆଦିଲ୍ଲୀ : ସଂସଦର ଉଚ୍ଚ ସଦନ ରାଜ୍ୟସଭାରେ ଖାଲି ହେବାକୁ ଥିବା ୧୦ ଆସନ ପାଇଁ ଜୁଲାଇ ୨୪ ତାରିଖରେ ନିର୍ବାଚନ ହେବ । ଏହା ମଧ୍ୟରେ ପଶ୍ଚିମବଙ୍ଗର ୬, ଗୁଜରାଟର ୩ ଓ ଗୋଆର ଗୋଟିଏ ଆସନ ସାମିଲ । ନିର୍ବାଚନ କମିଶନ ମଙ୍ଗଳବାର ଏହି ଘୋଷଣା କରି ସେହି ଦିନ ଅର୍ଥାତ୍ ଜୁଲାଇ ୨୪ରେ ଭୋଟ୍ ଗଣତି ହେବ ବୋଲି କହିଛନ୍ତି । ଏଥିପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରଖ ଜୁଲାଇ ୧୩କୁ ଧାର୍ଯ୍ୟ କରାଯାଇଛି ।

ପଶ୍ଚିମବଙ୍ଗରେ ଡେରେକ୍ ଓ’ ବ୍ରାଏନ୍‌, ଡୋଲା ସେନା, ପ୍ରଦୀପ ଭଟ୍ଟାଚାର୍ଯ୍ୟ, ସୁଷ୍ମିତା ଦେବ, ଶାନ୍ତା ଛେତ୍ରୀ ଏବଂ ସୁଖେନ୍ଦ୍ର ଶେଖର ରାୟଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୮ରେ ଶେଷ ହେବ । ସେହିପରି ପଶ୍ଚିମବଙ୍ଗରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନରେ ମଧ୍ୟ ଜୁଲାଇ ୨୪ରେ ଉପନିର୍ବାଚନ ହେବ । ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ ଲୁଇଜିନୋ ଫେଲେଇରୋ ରାଜ୍ୟସଭା ସହିତ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେବା ପରେ ଏହି ଆସନ ଖାଲି ହୋଇଥିଲା ।

ଲାଇଜୁନୋଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ୍ ୨ ତାରିଖ ପର୍ଯ୍ୟନ୍ତ ଥିଲା । ସେହିପରି ଗୁଜରାଟରେ ବିଦେଶ ମନ୍ତ୍ରୀ ଏସ୍‌.ଜୟଶଙ୍କର, ଦିନେଶ ଜେମଲଭାଇ ଅନାବଡ଼ିୟା ଏବଂ ଲୋଖଣ୍ଡୱାଲା ଜୁଗଲ ଜୀ ଠାକୋର୍‌ଙ୍କ କାର୍ଯ୍ୟକାଳ ବି ଅଗଷ୍ଟ ୧୮ରେ ଶେଷ ହେବ । ଅନ୍ୟପକ୍ଷରେ ଗୋଆରେ ବିନୟ ତେନ୍ଦୁଲକରଙ୍କ କାର୍ଯ୍ୟକାଳଜୁଲାଇ ୨୮ରେ ଶେଷ ହେବ । ଗୁଜରାଟରେ କଂଗ୍ରେସ ଦୁର୍ବଳ ସ୍ଥିତିରେ ଥିବାରୁ ନିର୍ବାଚନ ହେବାକୁ ଥିବା ତିନିଟି ଆସନ ବିଜେପି ଜିତିବା ନିଶ୍ଚିତ । ଏପରି ସ୍ଥିତିରେ ବିଜେପି ପୁଣିଥରେ ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କୁ ଗୁଜରାଟରୁ ରାଜ୍ୟସଭାକୁ ପଠାଇବ । ଅନ୍ୟ ଦୁଇଟି ଆସନରେ ପରିବର୍ତ୍ତନ ହୋଇପାରେ । ରାଜ୍ୟସଭାର ମୋଟ ସଦସ୍ୟ ସଂଖ୍ୟା ୨୪୫ ହୋଇଥିବା ବେଳେ ବିଜେପି ଧୀରେ ଧରେ ସଂଖ୍ୟାଗରିଷ୍ଠତା ଆଡ଼କୁ ଅଗ୍ରସର ହେଉଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking