31.1 C
Bhubaneswar
Sunday, March 15, 2026
Homeଦେଶ ବିଦେଶଆଜି ୪ଟାରେ ନିର୍ବାଚନ ତାରିଖ ଘୋଷଣା

ଆଜି ୪ଟାରେ ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ: ଆଜି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ। ଭାରତୀୟ ନିର୍ବାଚନ କମିଶନ ଆଜି ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିବେ। ନିର୍ବାଚନ କମିଶନ ଅପରାହ୍ନ ୪ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି। ଯାହାକୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ସମ୍ବୋଧିତ କରିବେ । ସୂତ୍ର ଅନୁସାରେ, ପଶ୍ଚିମବଙ୍ଗରେ ସବୁଠାରୁ ବଡ଼ ନିର୍ବାଚନୀ ଲଢ଼େଇ ଦେଖାଯିବ। ଯେଉଁଠାରେ ତିନିରୁ ଚାରି ପର୍ଯ୍ୟାୟରେ ମତଦାନ ହୋଇପାରେ। ଆସାମରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବାର ସମ୍ଭାବନା ଅଛି। ଏହାବ୍ୟତୀତ ତାମିଲନାଡୁ, କେରଳ ଏବଂ ପୁଡୁଚେରୀ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଏପ୍ରିଲ କିମ୍ବା ମେ ମାସର ପ୍ରଥମ ସପ୍ତାହରେ ଭୋଟଦାନ ଏବଂ ଫଳାଫଳ ଘୋଷଣା କରାଯାଇପାରେ। ନିର୍ବାଚନ କମିଶନ ମେ ୭ ତାରିଖ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବା ନେଇ ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking