21.1 C
Bhubaneswar
Thursday, February 5, 2026
Homeଓଡିଶାଟ୍ରେନ ଧକ୍କାରେ ବୃଦ୍ଧ ମୃତ

ଟ୍ରେନ ଧକ୍କାରେ ବୃଦ୍ଧ ମୃତ

କଣ୍ଟାବାଞ୍ଜି: ଟ୍ରେନ ଧକ୍କାରେ ବୃଦ୍ଧ ମୃତ। ରେଳ ଧାରଣା ପାର ହେଉଥିବା ସମୟରେ ମାଲବାହୀ ଟ୍ରେନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକଙ୍କୁ ନୂଆପଡା ଜିଲ୍ଲା ଖରିଆର ରୋଡ଼ ୱାର୍ଡ ନଂ ୯ ଶଙ୍କର ମନ୍ଦିର ପଡାର ଭଗତରାମ ରାଉତ(୬୨) ବୋଲି ଚିହ୍ନଟ କରାଯାଇଛିସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୧ଟାରେ ଭଗତ ରାମ ଘର ପାଖ ଚଲା ରାସ୍ତା ରେଳ ଧାରଣା ପାଖରେ ଥିବା ଏକ ପୋଖରୀ ନିକଟକୁ ଶୌଚ ହେବା ପାଇଁ ଯାଇଥିଲେ। ରେଳ ଧାରଣା ପାର ହେବା ସମୟରେ ରାୟପୁର ଆଡୁ ଆସୁଥିବା ଏକ ମାଲବାହୀ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖରିଆର ରୋଡ଼ ଷ୍ଟେସନ ମାଷ୍ଟରଙ୍କଠାରୁ ଖବର ପାଇ କଣ୍ଟାବାଞ୍ଜି ଜିଆରପି ଫାଣ୍ଡି ପୋଲିସ ଶନିବାର ମୃତଦେହ ଜବତ କରିଥିଲେ। ନୂଆପଡା ଜିଲ୍ଲା ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ତେବେ ଏହି ଘଟଣା ପାଇଁ ଦାୟୀ କିଏ ସେନେଇ ତଦନ୍ତ କରୁଛି ପୋଲିସ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking