33.1 C
Bhubaneswar
Monday, June 24, 2024
Homeଅପରାଧଜମି ବିବାଦକୁନେଇ ସାନଭାଇ କୁ ହତ୍ୟାକଲା ବଡ଼ ଭାଇ

ଜମି ବିବାଦକୁନେଇ ସାନଭାଇ କୁ ହତ୍ୟାକଲା ବଡ଼ ଭାଇ

ମୟୂରଭଞ୍ଜ : ମାଟି ପାଇଁ ଘଟିଗଲା ମହାଭାରତ । ରକ୍ତ ଚିହ୍ନିଲାନି ରକ୍ତକୁ ଭୁଲିଗଲା ସମ୍ପର୍କ। ଭାଇ ନେଲା ଭାଇର ଜୀବନ। ଗୋଟିଏ ମାଆ ଗର୍ଭରୁ ଜନ୍ମ ନେଇ ସାମାନ୍ୟ ମାଟି ପାଇଁ ବଦନାମ ହେଲା ରକ୍ତ ସମ୍ପର୍କ। ମାଆର ଗୋଟିଏ ଗର୍ଭରେ ରହି ପାରିଲେ ଦୁଇଭାଇ କିନ୍ତୁ ମାଟି ଛୁଇଁ ବଡ଼ ହେଲା ପରେ ଜାଗା ବାଡିକୁନେଇ ଭୁଲିଗଲେ ରକ୍ତ ସମ୍ପର୍କକୁ। ବିଚିତ୍ର ଦୁନିଆଁ ସାମାନ୍ୟ ଘରବାରି ଜାଗାକୁନେଇ ସମ୍ପର୍କ ଭୁଲି ସାନଭାଇକୁ ନିର୍ମମ ଭାବେ ହତ୍ୟା କଲା ବଡ଼ଭାଇ l ଏଭଳି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜା ପଞ୍ଚାୟତ ଲୁଣଚାଟି ଗ୍ରାମରେ l ଘଟଣା ଅନୁଯାୟୀ, ଲୁଣଚାଟି ଗ୍ରାମର ଜୟନ୍ତ ମାହାନା ଏବଂ ତାଙ୍କ ବଡ଼ଭାଇ ଅରୁଣ ମାହାନାଙ୍କ ମଧ୍ୟରେ ପ୍ରତିଦିନ ଘର ସୀମାକୁ ନେଇ ଗଣ୍ଡଗୋଳ ହେଉଥିବା ବେଳେ ଆଜି ଗଣ୍ଡଗୋଳ ଚରମ ସୀମାରେ ପହଞ୍ଚି ଉଗ୍ରରୂପ ଧାରଣା କରିଥିଲା l ଆଜି ସକାଳ ପ୍ରାୟ ଆଠଟାରେ ଜୟନ୍ତ ଘର ସୀମାରେ ବାଡ଼ ଘେରୁଥିବା ସମୟରେ ଜୟନ୍ତ ଓ଼ ଅରୁଣଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇ ପରେ ଗଣ୍ଡଗୋଳ ଓ଼ ମାରପିଟ ଲାଗିଥିଲା l ତେବେ ଏହି ନିତିଦିନିଆ ଘଟଣାକୁନେଇ ଅରୁଣ ରାଗରେ ହିତାହିତ ଜ୍ଞାନ ଭୁଲିଯାଇ ସାମାନ୍ୟ ମାଟି ପାଇଁ ରକ୍ତ ସମ୍ପର୍କକୁ ପଛରେ ପକାଇ ଏକ ଧାରୁଆ ତରୁଆଲ(ମାରାଣାସ୍ତ୍ର)ରେ ଜୟନ୍ତଙ୍କ ବେକକୁ ହାଣିବା ଫଳରେ ଜୟନ୍ତ ଘଟଣାସ୍ଥଳରେ ଟଳି ପଡ଼ିଥିଲେ l ଏତିକିରେ ଅରୁଣଙ୍କ ରାଗ ଶାନ୍ତ ନପଡିବାରୁ ସେ ଉକ୍ତ ତରୁଆଲରେ ବାରମ୍ବାର ଜୟନ୍ତଙ୍କ ବେକକୁ ହାଣିବାରୁ ଘଟଣାସ୍ଥଳରେ ଅରୁଣଙ୍କ ମୃତ୍ୟୁ ଘଟିଥିଲା l ହତ୍ୟା କରିବାପରେ ଅରୁଣ ଘରୁ ବାଇକ କାଢି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଖବରପାଇ, ଘଟଣାସ୍ଥଳରେ ରାସଗୋବିନ୍ଦପୁର ଥାନା ଅଧିକାରିଣୀ ସୁକାନ୍ତି କେରାଇ ସଦଳବଳେ ପହଞ୍ଚି ମୃତଦେହ ଜବତ କରି ଅଧିକ ତଦନ୍ତଜାରି ରଖିଥିବା ବେଳେ ଅଭିଯୁକ୍ତ ହତ୍ୟାକାରୀ ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking