ଭୁବନେଶ୍ୱର,: ସ୍ଥାନୀୟ ୟୁନିଟ୯ ସ୍ଥିତ *ଏକାମ୍ର ସତ୍ୟସେବାଶ୍ରମର ପିଠାଧୀଶ୍ଵର ଶ୍ରୀ ଶ୍ରୀ ରାଧାମୋହନଜିଉଙ୍କ ୩୬ତମ ପ୍ରତିଷ୍ଠା ମହୋତ୍ସବ ଏବଂ ବାବା ବୈକୁଣ୍ଠନାଥଙ୍କର ଶ୍ରୀବିଗ୍ରହର ୧୭ତମ ପ୍ରତିଷ୍ଠା ମହୋତ୍ସବ* କୋଭିଡ ନିୟମ ଅନୁପାଳନ ପୂର୍ବକ ଯଥାବିଧିରେ ପାଳିତ ହୋଇଯାଇଅଛି ।
ଗତକାଲି ତା୪/୨ରେ ପୂଜ୍ୟପାଦ ବାବା ବୈକୁଣ୍ଠନାଥଙ୍କ ଶିଷ୍ୟମାନଙ୍କର *ସାଧନା ଶିବିର* ଅନୁଷ୍ଠିତ ହୋଇଥିଲା । ପ୍ରଶିକ୍ଷକ ଭାବେ ବିଧାନ ସୁରକ୍ଷ୍ୟା ସଂସଦର ସଭାପତି ବାବାଜି ଚେତନାନନ୍ଦ ଦାସ ଯୋଗଦାନକରି ଓଁକାର ତତ୍ତ୍ୱର ବସାଣ ସମ୍ପର୍କ ଶିକ୍ଷା ପ୍ରଦାନ କରିବା କରିବା ସହିତ ପୂଜ୍ୟ ବାବାଙ୍କ ରଚିତ କିଛି ସାରିରତତ୍ତ୍ୱ ଭାଜନକୁ ବୁଝାଇଥିଲେ । ସନ୍ଧ୍ୟାରେ ବୈକୁଣ୍ଠ ସାହିତ୍ୟ ଓ ଦର୍ଶନ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।ସର୍ବଶ୍ରୀ ଗୌତମ ନାୟକ,ସୁରେନ୍ଦ୍ର ମହାନ୍ତି ବାବାଙ୍କ ନିଷ୍କାମ ଭକ୍ତି, ଇଶ୍ବର ନିର୍ଭରଶୀଳତା,ବାବାଙ୍କ ଅପରିଗ୍ରହ ଓ ସମୟାନୁବର୍ତ୍ତିତା ଗୁଣ ଇତ୍ୟାଦି ଉପରେ ଆଲୋଚନା କରିଥିଲେ ।ଇତ୍ୟବସରରେ *ଆଶ୍ରମର ବାର୍ଷିକ ପତ୍ରିକା ଏକାମ୍ରେ ବୈକୁଣ୍ଠ ଉନ୍ମୋଚିତ ହୋଇଥିଲା ।*
ଆଜି ପବିତ୍ର ଶ୍ରୀପଞ୍ଚମୀରେ ଆଶ୍ରମ ପ୍ରତିଷ୍ଠା ମହୋତ୍ସବ ଉପଲକ୍ଷେ ପ୍ରତ୍ୟୁଷରୁ ଶଙ୍ଖଧ୍ୱନିସହ ପ୍ରାର୍ଥନା,ନଗର ସଂକୀର୍ତ୍ତନ,ମଙ୍ଗଳ ଆଳତି,ଶ୍ରୀରାମଚାରିତ ମାନସ ପାଠ, ଶ୍ରୀହନୁମାନ ଚାଳିଶା ପାଠ,ହରିହାଟ, ଭଜନ କୀର୍ତ୍ତନ ଚାଲୁରହିଥିବା ସମୟରେ ପ୍ରତିଷ୍ଠା ହୋମ ପଣ୍ଡିତ ଉମାକାନ୍ତ ମହାପାତ୍ରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା ଏବଂ ପରେପରେ ଉପସ୍ଥିତ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା ।
ଏହି ଅବସରରେ *ଓସେଡୋ ଅନୁଷ୍ଠାନ* ତରଫରୁ ମନୋରଞ୍ଜନ ମହାନ୍ତିଙ୍କ ଉଦ୍ୟମକ୍ରମେ କିଛି ଦୁସ୍ଥ ଓ ଦୃଷ୍ଟିବାଧିତ ଲୋକମାନଙ୍କୁ କମ୍ବଳ ବଣ୍ଟନ ସହ *ସ୍ୱଇଛାରେ ସଫାକରି ଦିଅ ଓ ସ୍ୱଇଛାରେ ବାଛିକରି ନିଅ* ପୁରୁଣା ଓ ନୂଆ ବସ୍ତ୍ରର ସମ୍ଭାରର ଆସର ଖୋଲାଯାଇଥିଲା ।
ସକାଳେ କିଛି ଭକ୍ତ ପୂଜ୍ୟପାଦ ବାବା ବୈକୁଣ୍ଠନାଥଙ୍କ ବିଜାତ୍ମିକା ଗୁରୁମନ୍ତ୍ର
ଗ୍ରହଣ କରିଥିଲେ । ସନ୍ଧ୍ୟାରେ ଆରତୀ କୀର୍ତ୍ତନ,ପ୍ରାର୍ଥନା, ଶାସ୍ତ୍ରପାଠ, ବାବାଙ୍କ ଓ ମନ୍ଦିର ଇତିବୃତ୍ତି ସମ୍ପର୍କରେ ଆଲୋଚନା ହେବାପରେ ଭଜନ ସମାରୋହ ଓ ପହୁଡ଼ ଆରତୀ କରାଯାଇ ମହୋତ୍ସବ ଉଦଯାପନ ହୋଇଥିଲା। ମହୋତ୍ସବ ପରିଚାଳନା କରିଥିଲେ ସର୍ବଶ୍ରୀ ସରୋଜ କୁମାର କର, ସୁଶାନ୍ତ ଦ୍ବିବେଦୀ, ସନାତନ ପଣ୍ଡା,ଅମ୍ବିକା ପ୍ରସାଦ ଶିଶୁଗୋସ୍ୱାମୀ, ରାଧାନାଥ ମହାପାତ୍ର, କମଳେନ୍ଦ୍ର ସାମନ୍ତରାୟ,ଅଜିତ ପ୍ରଧାନ, ଘନଶ୍ୟାମ ବେହେରା,ରୁଦ୍ରାଶିଷ ମହାନ୍ତି, ଉପେନ୍ଦ୍ର ପଢ଼ିଆରୀ, ସୁନୀଲ କର,ଦେବେନ୍ଦ୍ର ପଟ୍ଟନାୟକ,ରାମଚନ୍ଦ୍ର ପାତ୍ର, ଅରୁଣ ସାହୁ, ହୃଷିକେଶ ପଣ୍ଡା, ସୁକାନ୍ତ ମହାରଣା ପାତ୍ର, ମନୋଜ ପ୍ରଧାନଙ୍କ ସହ ଅନ୍ୟ ଗୁରୁଭାଇ ପ୍ରମୁଖ।