ଭୁବନେଶ୍ୱର: ଏକାମ୍ର ପ୍ରକଳ୍ପ ଶିବରାତ୍ରୀ ପୂର୍ବରୁ ସାରିବାକୁ ଯୋଜନା ରହିଛି । ୧୫ ଦିନ ଭିତରେ ନୂଆ ଟେଣ୍ଡର ହେବ କହିଲେ ଏକାମ୍ର ବିଧାୟକ ବାବୁ ସିଂ । ଯେଉଁଠି ଜମି ଅଧିଗ୍ରହଣ ସମସ୍ୟା ଥିଲା, ସେଠି କାମ ବନ୍ଦ ରହିଛି । ଶିବରାତ୍ରୀ ପୂର୍ବରୁ କାମ ସାରିବାକୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ସଂସ୍ଥାକୁ କାମ ଦିଆଯାଇଥିଲା ସେ ବିଳମ୍ବ କଲା କହିଛନ୍ତି ବାବୁ ସିଂ । ତେଣୁ ୧୫ ଦିନରେ ଟେଣ୍ଡର ଡାକି ନୂଆ ସଂସ୍ଥାକୁ କାମ ଦିଆଯିବ ।










