ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର ବେଳେ ବିଜେପି ରାଲିକୁ ଆକ୍ରମଣ । ଲଇକରୋ ନିକ୍ତିମାଲରେ ପ୍ରଚାର ବେଳେ ବିଜେପି ରାଲିକୁ ଆକ୍ରମଣ ହୋଇଛି । ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ଗାଡ଼ିକୁ ଅଣ୍ଡା ଓ ଟେକାପଥର ମାଡ଼ ହୋଇଛି ବୋଲି ଅଭିଯୋଗ ହୋଇଛି । ଅଭିଯୋଗ ।ପାଇଁ ଲଇକେରା ଥାନାରେ ପହଞ୍ଚିଲେ ବିଧାୟିକା କୁସୁମ ଟେଟେ । ରାଲିରେ କୁସୁମ ଟେଟେ ଏବଂ ବିଜେପି ପ୍ରାର୍ଥୀ ଟଙ୍କଧରଙ୍କ ସହ ଅନେକ ବିଜେପି କର୍ମୀ ଥିବା ସୂଚନା ମିଳିଛି । ସେପଟେ ଲଇକେରା ଥାନାରେ ବିଧାୟିକା କୁସୁମ ଟେଟେ ଲିଖିତ ଅଭିଯୋଗ କରିଛନ୍ତି ।
ଝାରସୁଗୁଡ଼ା ଭୋଟ୍ ପାଇଁ ଚାଲିଛି ଜୋରଦାର ପ୍ରଚାର । ହାତରେ ଖୁବ୍ କମ୍ ସମୟ ଥିବାରୁ ମୈଦାନରେ ସମସ୍ତ ଶକ୍ତି, ସାମର୍ଥ୍ୟ ଲଗାଇ କ୍ୟାଂପେନରେ ମାତିଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ । ସେପଟେ କିନ୍ତୁ ଆଜି ଝାରସୁଗୁଡ଼ାରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି କର୍ମୀ । ୨୦ ନମ୍ବର ୱାର୍ଡ ମଙ୍ଗଲ ବଜାରଠାରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପ୍ରଚାର କରିବା ବେଳେ ବିଜେଡି ଗୋଷ୍ଠୀ ଏହାକୁ ବିରୋଧ କରିଥିଲେ । ଫଳରେ କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଜେଡି କର୍ମୀଙ୍କ ଏଭଳି ଆଚରଣର ପ୍ରତିବାଦ କରିଥିଲା ବିଜେପି । ଟଙ୍କଧରଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଝାରସୁଗୁଡା ଟାଉନ ଥାନା ଘେରାଉ କରିଥିଲା ବିଜେପି କର୍ମୀ ।