27.1 C
Bhubaneswar
Sunday, September 8, 2024
Homeଓଡିଶାଶିକ୍ଷକଙ୍କ ଉପରେ ମଧ୍ୟାହ୍ନ ଭୋଜନର ଅଣ୍ଡା ଆଳୁ ବୋଝ

ଶିକ୍ଷକଙ୍କ ଉପରେ ମଧ୍ୟାହ୍ନ ଭୋଜନର ଅଣ୍ଡା ଆଳୁ ବୋଝ

ଯାଜପୁର : ସ୍କୁଲ ପାଇଁ ଅଣ୍ଡା ଆଳୁ ପନିପରିବା ଓ ରେଶନ୍ ମୂଲ୍ୟ ବୃଦ୍ଧି ଶିକ୍ଷକ ମାନଙ୍କ ଚିନ୍ତା ର କାରଣ ସଜିଚି l ଅଣ୍ଡା ଗୋଟାକୁ ସରକାରୀ ଅନୁଦାନ ୫ ଟଙ୍କା, କିନ୍ତୁ ଏବେ ବଜାର ଦର ୮ ଟଙ୍କା। ଅତିରିକ୍ତ ୬୦ ପ୍ରତିଶତର ସିଧାସଳଖ ବୋଝ ପଡ଼ୁଛି ଦାୟିତ୍ବରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପରେ। ଅନ୍ୟ ପକ୍ଷ ରେ ଆଳୁ ଅହେତୁକ ମୂଲ୍ୟ ବୃଦ୍ଧି ଓ ପନିପରିବା ରେସନ ସାମଗ୍ରୀ ର ମୂଲ୍ୟ ବୃଦ୍ଧି ଶିକ୍ଷକ ଶିକ୍ଷୟତ୍ରୀ ମାନଂକ ପାଇଁ ମୁଣ୍ଡ ବର୍ଥl କାରଣ ହୋଇଚି ଯେନତେନ ଦୈନିକ ଭୋଜନରେ ସିଝା ଅଣ୍ଡା ଦେଇ ପିଲାଙ୍କୁ ପୋଷଣଯୁକ୍ତ ଖାଦ୍ୟ ଯୋଗାଇବାକୁ ବିଭାଗୀୟ ହୁକୁମ୍‌ ରହିଛି। ଏହାବାଦ୍ ଏବେ ମଧ୍ୟାହ୍ନ ଭୋଜନରେ ବ୍ୟବହୃତ ତେଜରାତି ସଉଦା ଓ ପରିବା ଦର ବି ଆକାଶ ଛୁଆଁ। ତା’ଠୁ ବଳି ବର୍ଷାଦିନିଆ ଜାଳେଣି କାଠ ସମସ୍ୟା। ସାମଗ୍ରିକ ଭାବେ ଦାୟିତ୍ବରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି।
ଖଣି ପ୍ରଭାବିତ ଇଲାକାର ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତ୍ୟହ ମଧ୍ୟାହ୍ନ ଭୋଜନରେ ଅଣ୍ଡା ପରଷିବାର ବ୍ୟବସ୍ଥା ରହିଛି। ଗଣଶିକ୍ଷା ବିଭାଗରୁ ସପ୍ତାହକୁ ୨ ଦିନ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠିରୁ ଅତିରିକ୍ତ ୪ ଦିନ ଅଣ୍ଡା ବ୍ୟବସ୍ଥା କରାଯାଇଛି। ଖଣିଅଞ୍ଚଳର ସରକାରୀ ସ୍କୁଲରେ ପଢ଼ୁଥିବା ୯୫ ପ୍ରତିଶତ ଛାତ୍ରଛାତ୍ରୀ ଗରିବ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନଗ୍ରସର ଆଦିବାସୀ ବର୍ଗଭୁକ୍ତ। ସେମାନଙ୍କ ପାଇଁ ଭୋଜନ ମୁଖ୍ୟ, ପାଠ ଗୌଣ। ଅଣ୍ଡା। ଆଳୁ ଦରକୁ ତାଳଦେଇ ଖାଇବା ତେଲ ଦର ଲିଟର ପିଛା ଅତିକମ୍‌ରେ ଦେଢ଼ଶହ ଓ ହରଡ଼ ଡାଲି କିଲୋ ୧୮୫ ଟଙ୍କା। ଆଳୁ ଓ ପିଆଜ ଦର କିଲୋ ପିଛା ୫୦ ଟଙ୍କା ଲେଖାଏଁ। ବୋଇତାଳୁ କିଲୋ ୩୦ ଓ ସୋୟାବଡ଼ି(ମିଲ୍‌ ମେକର) କିଲୋକୁ ୧୩୦ ଟଙ୍କା। ଡାଲ୍‌ମାରେ ପଡ଼ୁଥିବା ସବୁ ପରିବା ଦର ୮୦ ଟଙ୍କା ଉପରେ। ରନ୍ଧନ ଗ୍ୟାସ ମୂଲ୍ୟ ସିଲିଣ୍ଡର ପିଛା ‌ହଜାର ଟଙ୍କା ଟପିଲାଣି। ବର୍ଷାଦିନେ ଜାଳକାଠ ଦର ନକହିବା ଭଲ।
କିନ୍ତୁ ସରକାରଙ୍କ ପକ୍ଷରୁ ପ୍ରାଥମିକ ସ୍କୁଲ ପିଲାଙ୍କ ଲାଗି ଜଣ ପିଛା ୫ ଟଙ୍କା ୯୦ ପଇସା ଓ ଉଚ୍ଚ ପ୍ରାଥମିକ ସ୍କୁଲ ପିଲାଙ୍କ ଲାଗି ୮ ଟଙ୍କା ୮୨ ପଇସା ଧାର୍ଯ୍ୟ ହୋଇଛି। ଏଭଳି ବର୍ତ୍ତମାନ ସମୟ ରେସରକାରୀ ଧାର୍ଯ୍ୟ ଦରରେ ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦୈନିକ ଅଣ୍ଡା ତରକାରୀ, ମିଲମେକର କିମ୍ବା ଡାଲ୍‌ମା ଖୁଆଇବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିବା ସ୍ବାଭାବିକ। ଛାତ୍ର ଉପସ୍ଥାନ ହେରଫେର ନକଲେ ବାଟ ନାହିଁ ବୋଲି ବହୁ ଶିକ୍ଷକ ଶିକ୍ଷୟିତ୍ରୀ ନାମ ଗୋପନ ସର୍ତ୍ତରେ ମତ ରଖନ୍ତି। କିନ୍ତୁ ନଗଡ଼ା ଓ ଗୁହିଆଶାଳ ଉଚ୍ଚ ପ୍ରାଥମିକ ସ୍କୁଲ ଭଳି ୪୦ ପାଖାପାଖି ଛାତ୍ର ଉପସ୍ଥାନ ଥିବା ସ୍କୁଲର ଭାରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ହାତରୁ ବାଜିବା ନିଶ୍ଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ପୁନଶ୍ଚ ଖାଦ୍ୟ ପ୍ରପୀଡ଼ିତ ଇଲାକାରେ ପ୍ରାଥମିକ ସ୍କୁଲ ପିଲାଙ୍କୁ ଭୋଜନରେ ଶହେ ଗ୍ରାମ୍‌ ଲେଖାଏଁ ଚାଉଳର ଭାତ ପରଷାଯିବା ବ୍ୟବସ୍ଥା ରହିଛି। ଅଧିକାଂଶ ଗରିବ ପିଲା ଭୋକିଲା ପେଟରେ ସ୍କୁଲ ଆସୁଥିବା ଓ ଭୋଜନରେ ଅଧିକ ଭାତ ଦାବି କରୁଥିବା ଅଭିଯୋଗ ହୁଏ। ଯାହାକି ଅତିରିକ୍ତ ବୋଝର କାରଣ ହୋଇଆସିଛ ଏ ସଂପର୍କ ରେ ସରକାର ପରିସ୍ଥିତି କୂ ହୁଦୟ କରି ମଧ୍ୟାହ୍ନ ଭୋଜନ ର ମୂଲ୍ୟ ବୃଦ୍ଧି କରିବା ପାଇଁ ଦାବି ହେଉଚି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking