କୋଣାର୍କ : ଅଲିଭ ରିଡ଼ଲେ କଇଁଛଙ୍କ ଏନ୍ତୁଡ଼ି ଶାଳ ଓଡିଶା ଉପକୂଳ ଅଞ୍ଚଳ । ଏହି ସମ୍ବେଦନଶୀଳ ଅଞ୍ଚଳରେ ବହୁ ଜେଲିଫିସ ମରି ପଡ଼ିଥିବାର ଦେଖିବାକୁ ମିଳିଛି । ଯାହାକି ପରିବେଶବିତଙ୍କୁ ଚିନ୍ତାରେ ପକାଇଛି । ଅତୀତରେ ସରକାର ଏହି ସମ୍ବେଦନଶୀଳ ପୁରୀ-କୋଣାର୍କ ବେଳାମାର୍ଗ ରାସ୍ତା ଅଞ୍ଚଳରେ ଇକୋ ରିଟ୍ରିଟ ଆୟୋଜନ କରିଛନ୍ତି । ଇକୋ ରିଟ୍ରିଟ ଆୟୋଜନ ଦ୍ୱାରା ପରିବେଶ ଉପରେ ଖରାପ ପ୍ରଭାବ ପଡୁଛି ।
ଇକୋ ରିଟ୍ରିଟର ବିଭିନ୍ନ ବଜ୍ୟବସ୍ତୁ ନିକଟସ୍ଥ ସାମୁଦ୍ରିକ ପରିବେଶକୁ ଦୁଷିତ କରୁଛି । ଅଲିଭ ରିଡ଼ଲେ କଇଁଛ ଙ୍କ ଅଣ୍ଡାଦାନର ଋତୁ ଚାଲିିଛି । ମାତ୍ର ଚଳିତ ବର୍ଷ ଅଲିଭ ରିଡ଼ଲେ ନଆସିବା ବିଗୁଡୁଥିବା ପରିବେଶ ପାଇଁ ବୋଲି ପରିବେଶବିତ ଆଶଂକା କରୁଛନ୍ତି । ଇକୋ ରିଟ୍ରିଟ ନିକଟସ୍ଥ ବେଳାଭୂମି ଓ ସମୁଦ୍ର ଗର୍ଭରେ ଥିବା ବିରଳ ଜେଲିଫିସ ଶହ ଶହ ସଂଖ୍ୟାରେ ମରି ପଡିଥିବା ଦେଖିବାକୁ ମିଳିଛି । ଇକୋ ରିଟ୍ରିଟରେ ରାତ୍ରୀ ଯାପନ କରୁଥିବା ତଥା ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନେ ଚିତ୍ତ ବିନୋଦନ ପାଇଁ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାର ବୋଟ ଯୋଗୁଁ ଏହି ବିରଳ ଜେଲିଫିସଙ୍କ ମୃତ୍ୟୁ ହେଉଥିବା ପରିବେଶବିତ ମାନେ ଅଭିଯୋଗ କରିଛନ୍ତି ।